
ଭୁବନେଶ୍ୱର– ଭଦ୍ରକ ପ୍ରଶାସନ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭ୍ରାନ୍ତିମୂଳକ ସୂଚନା ପ୍ରସାରକୁ ରୋକିବା ଏବଂ ସାର୍ବଜନୀନ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ଇଣ୍ଟରନେଟ୍ ସେବାକୁ ଆଉ ୧୨ ଘଣ୍ଟା ପାଇଁ ବନ୍ଦ କରିଛି। ଏହି ପ୍ରତିବନ୍ଧକ ଭଦ୍ରକ ବ୍ଲକ୍ ଓ ନଗରପାଳିକା, ଧାମନଗର ବ୍ଲକ୍ ଓ ଏନଏସି, ତଥା ତିହିଡ଼ି ବ୍ଲକ୍ରେ ଲାଗୁ ହେବ ଏବଂ ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଭାବୀ ରହିବ। ଗତକାଲି ମଧ୍ୟ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ଥିଲା।
ମେ 30ରେ ଦୁଇଟି ଗୋଷ୍ଠୀ ମଧ୍ୟରେ ଘଟିଥିବା ହିଂସାତ୍ମକ ଗଣ୍ଡଗୋଳରେ ଗୁରୁତର ଆହତ ହୋଇଥିବା ତିହିଡ଼ି ଅଞ୍ଚଳର ବାସିନ୍ଦା ସନ୍ତୋଷ ପରିଡ଼ା ବୁଧବାର ଦିନ ମୃତ୍ୟୁବରଣ କରିବା ପରେ ଏହି ନିଷ୍ପତି ନିଆଯାଇଛି ।
ଗାଈ ପରିବହନ ସଂପର୍କିତ ବିବାଦକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ସନ୍ତୋଷଙ୍କ ମୃତ୍ୟୁ ପରେ ଅଞ୍ଚଳରେ ଉତ୍ତେଜନା ଓ ଅଶାନ୍ତି ବ୍ୟାପିଯାଇଥିଲା।
ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଓ ଯେକୌଣସି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ଭଦ୍ରକ ପୋଲିସ ସଂବେଦନଶୀଳ ଅଞ୍ଚଳମାନେରେ ୨୭ ପ୍ଲାଟୁନ୍ ସୁରକ୍ଷା ବଳ ମୁତୟନ କରିଛି। ୪୫ରୁ ଅଧିକ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ନିରୀକ୍ଷଣ କରୁଛନ୍ତି। ପ୍ରଶାସନ ହିଂସା ସମ୍ପର୍କିତ ମାମଲାରେ ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ଗିରଫ କରାଯାଇଛି ।