
କାଠମାଣ୍ଡୁ- ନେପାଳର ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍, ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଓ ବୈଦେଶିକ ମନ୍ତ୍ରଣାଳୟ ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ଶୋକାକୁଳ ପରିବାର ପ୍ରତି ତାଙ୍କର ସାନୁଭୂତି ଓ ସମବେଦନା ବ୍ୟକ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପଠାଯାଇଥିବା ଶୋକ ବାର୍ତ୍ତାରେ ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଓଲି ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କ ପ୍ରତି ଗଭୀର ସହାନୁଭୂତି ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି, “ଏହି ବିନାଶକାରୀ ସମୟରେ ଆମ ସମବେଦନା ପୀଡିତ ପରିବାରମାନଙ୍କ ସହିତ ଅଛି।”
ନେପାଳର ବିଦେଶ ମନ୍ତ୍ରଣାଳୟ ମଧ୍ୟ ଏକ ବିଜ୍ଞପ୍ତି ଜାରି କରି ଅହମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛି।