
ଅହମଦାବାଦ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ବିମାନ ଦୁର୍ଘଟଣା ସ୍ଥଳର ନିରୀକ୍ଷଣ କରିଛନ୍ତି। ସେଠାରୁ ସେ ଆହତ ମାନଙ୍କୁ ଦେଖିବା ପାଇଁ ସିଭିଲ୍ ହସ୍ପିଟାଲ୍କୁ ଯାଇଥିଲେ। ସେଠାରେ ସେ ପ୍ରାୟ ୧୦ ଜଣ ପୀଡ଼ିତ ଓ ତାଙ୍କର ପରିବାର ଲୋକଙ୍କ ସହିତ କଥାହୋଇଥିଲେ। ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ଏହି ସମୟରେ ମୃତଙ୍କ ପରିବାର ସଦସ୍ୟମାନଙ୍କ ସହିତ ଭେଟିବେ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଗୃହରାଜ୍ୟମନ୍ତ୍ରୀ ହର୍ଷ ସଂଘଭୀ ମଧ୍ୟ ଥିଲେ। ଏହି ବିମାନ ଦୁର୍ଘଟଣା ଗତକାଲି ଦ୍ୱିପ୍ରହରରେ ଘଟିଥିଲା।
କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ଶାହ ଦୁର୍ଘଟଣା ପରେ ଗତକାଲି ଏଠାରେ ପହଁଚିଥିଲେ। ସେ ଘଟଣାସ୍ଥଳର ନିରୀକ୍ଷଣ କରିବା ପରେ କହିଥିଲେ ଯେ, ଶବଗୁଡ଼ିକର ପରିଚୟ ପାଇଁ 1000 ରୁ ଅଧିକ ଡିଏନଏ ପରୀକ୍ଷା କରାଯିବ। ଗୁଜରାଟ୍ ପାଖରେ ଏତେ ବଡ଼ ପରିମାଣରେ ଡିଏନଏ ଟେଷ୍ଟ କରିବା ଦକ୍ଷତା ଅଛି।
ଜଣାପଡ଼ିଛି ଯେ ବିମାନ ଦୁର୍ଘଟଣା ସ୍ଥଳର ନିକଟସ୍ଥ ଏକ ଛାତ୍ରାବାସରେ ରହୁଥିବା ବି.ଜେ. ମେଡିକାଲ୍ କଲେଜର ଚାରିଜଣ ଛାତ୍ର ଡାକ୍ତର ରାକେଶ ଦେୱଡ଼ା (ଦ୍ୱିତୀୟ ବର୍ଷ), ଆର୍ଯ୍ୟନ ରାଜପୁତ (ପ୍ରଥମ ବର୍ଷ), ମାନବ ଭାଦୁ (ପ୍ରଥମ ବର୍ଷ), ଜୟପ୍ରକାଶ ଚୌଧୁରୀ (ଦ୍ୱିତୀୟ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଦୁଇ ମେଡିକାଲ୍ ଛାତ୍ର ଭାବେଶ ସେହତା ଓ ଆଶିଷ ମୀନା ନିଖୋଜ ଅଛନ୍ତି।