
ଭୁବନେଶ୍ୱର– ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ମନ୍ତ୍ରୀ କହିଛନ୍ତି ଯେ, ଅହମ୍ମଦାବାଦ ବିମାନ ବନ୍ଦର ନିକଟରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣା ଘଟିବା ଖବର ଶୁଣି ମୁଁ ଅତ୍ୟନ୍ତ ଚିନ୍ତିତ। ମହାପ୍ରଭୁଙ୍କ ନିକଟରେ ସମସ୍ତ ଯାତ୍ରୀଙ୍କ ସୁରକ୍ଷିତ ଜୀବନ ଏବଂ ଆହତ ଯାତ୍ରୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି।