
ଭୁବନେଶ୍ୱର ,ଆଜି ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏକ ଦିନ ପାଇଁ ସମ୍ବଲପୁରୀ ଗସ୍ତ କରିଛନ୍ତି। ଏହି ଗସ୍ତ କାର୍ଯ୍ୟକ୍ରମରେ ଶ୍ରୀମତୀ ପରିଡା ସମ୍ବଲପୁର ଜିଲ୍ଲାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ୧୧ ବର୍ଷ ପୂର୍ତ୍ତି ଓ ରାଜ୍ୟସରକାରଙ୍କ ୧ ବର୍ଷ ପୂର୍ତ୍ତି ସଫଳତା ବିଷୟରେ ଜିଲ୍ଲାର ସାମ୍ବାଦିକବୃନ୍ଦ ଓ ବୁଦ୍ଧିଜୀବିମାନଙ୍କ ସହ ଆଲୋଚନା କରିବେ।ଏହା ସହ ମା ସମଲେଶ୍ୱରୀ ମନ୍ଦିର ମଧ୍ୟ ପରିଦର୍ଶନ କରିବେ। ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠି ସଦସ୍ୟମାନଙ୍କ ସହ ଆଲୋଚନା କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।