
ଭୁବନେଶ୍ୱର – ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ଅନୁମୋଦନକ୍ରମେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସି.ଟି.ଏମ. ସୁଗୁଣା ଭାରତୀୟ ରେଡ଼କ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ନୂତନ ଅବୈତନିକ ସଚିବ ଭାବେ ଯୋଗ ଦେଇଥିବାରୁ ରେଡ଼କ୍ରସ ସୋସାଇଟିର ଆଜୀବନ ସଦସ୍ୟ ସଦସ୍ୟାମାନେ ତାଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି । ନୂତନ ସଚିବ ଯୋଗ ଦେବାପରେ ରାଜ୍ୟ ରେଡ଼କ୍ରସ ତା’ର ପୂର୍ବ ଗୌରବ ଫେରି ପାଇବା ସହିତ ଆଜୀବନ ସଦସ୍ୟ ସଦସ୍ୟାମାନଙ୍କୁ ସାଥିରେ ନେଇ ଆହୁରି ଅଧିକ ଭଲ କାମ କରିପାରିବା ଆଶା ଅଛି ବୋଲି ଆଜୀବନ ସଦସ୍ୟ ଦିଲ୍ଲୀପ ଦାଶଶର୍ମା ଜଣାଇଛନ୍ତି । ସୂଚନାଯୋଗ୍ୟ ଯେ, ରେଡ଼କ୍ରସ ରାଜ୍ୟ ଶାଖାର ଆଜୀବନ ସଦସ୍ୟମାନଙ୍କର ବାର୍ଷିକ ସାଧାରଣ ବୈଠକ ଓ କାର୍ଯ୍ୟନିର୍ବାହୀ ସମିତି ବୈଠକ ଦୀର୍ଘ ୯ବର୍ଷ ହେଲା ହୋଇନଥିବାବେଳେ ମାସିକ ବୈଠକ ବର୍ଷେ ହେଲା ବନ୍ଦ କରି ଦିଆଯାଇ ଆଜୀବନ ସଦସ୍ୟ ସଦସ୍ୟାମାନଙ୍କୁ ଗୁରୁତ୍ୱ ଦିଆଯାଉ ନାହିଁ ।