
ବେଙ୍ଗାଲୁରୁ-ବେଲ୍ଲାରୀରୁ କଂଗ୍ରେସ ସାଂସଦ ଇ. ତୁକାରାମ ଏବଂ ଦଳର ତିନିଜଣ ବିଧାୟକଙ୍କ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରେଡକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରାମୈୟା ନିନ୍ଦା କରିଛନ୍ତି ।
ବୁଧବାର ଦିନ ମଲ୍ଲିକାର୍ଜୁନ ଖଡଗେ, କେନ୍ଦ୍ର ସରକାର କଂଗ୍ରେସ ଦଳକୁ ବିଭକ୍ତ କରିବା ପାଇଁ ଇଡି ରେଡର ଦୁରୁପଯୋଗ କରୁଥିବା ଅଭିଯୋଗ କରିଛନ୍ତି । ରାଜ୍ୟର କଲବୁର୍ଗୀରେ ସେ କହିଛନ୍ତି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀ ଆରମ୍ଭରୁ କଂଗ୍ରେସ ପାର୍ଟି ଉପରେ ଅସନ୍ତୁଷ୍ଟ ଥିଲେ, ଏହି କାରଣରୁ ସେମାନେ ଲଗାତାର କଂଗ୍ରେସ ନେତାମାନକୁ ଟାର୍ଗେଟ କରୁଛନ୍ତି । ଇଡି ରେଡ୍ ଜରିଆରେ କଂଗ୍ରେସକୁ ହଇରାଣ କରାଯାଉଛି। ଏହା ଦଳକୁ ଭାଗ କରିବା ଉଦ୍ଦେଶ୍ୟରେ କରାଯାଉଛି, କିନ୍ତୁ ଏହା ସମ୍ଭବ ନୁହେଁ। ଖଡଗେ କହିଛନ୍ତି ଯେ, ଇଡିଅଧିକାରୀମାନେ କାହିଁକି ରେଡ୍ କରୁଛନ୍ତି ସେମାନେ ତାର କାରଣ ଜାଣିଥିବେ । ଇଡି ରେଡ୍ କୌଣସି ନୂଆ କଥା ନୁହେଁ ବୋଲି ଖଡଗେ କହିଛନ୍ତି ।
ଏହି ମଧ୍ୟରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ସିଦ୍ଧରମୌୟା ମଧ୍ୟ କଂଗ୍ରେସ ସାଂସଦ ଓ ବିଧାୟକଙ୍କ ଉପରେ ହୋଇଥିବା ରେଡ୍ କୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଚିକ୍କାବଲ୍ଲାପୁର ଜିଲ୍ଲାର ଗୌରୀବିଦନୂରରେ ସେ କହିଛନ୍ତି ଯେ, ଯଦି ଇଡିରେଡ୍ କୌଣସି ଆଇନ ଉଲ୍ଲଂଘନ କରିଛି, ତେବେ ଆମେ ଏହାର ସମର୍ଥନ କରିବୁ ନାହିଁ। କିନ୍ତୁ ଯଦି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ କରାଯାଉଛି, ତେବେ ଆମେ ଆଇନର ପ୍ରୟୋଗରେ କୌଣସି ବାଧା ସୃଷ୍ଟି କରିବୁ ନାହିଁ।