
ବେଙ୍ଗାଲୁରୁ– ମହର୍ଷି ବାଲ୍ମୀକି ଜନଜାତି କଳ୍ୟାଣ ବୋର୍ଡ ଘୋଟାଳା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟଟିମ୍ ବୁଧବାର ସକାଳେ ବେଙ୍ଗାଲୁରୁ ଏବଂ ବେଲ୍ଲାରୀରେ ଅନେକ ସ୍ଥାନରେ ରେଡ୍ କରିଛି। ଏହି ରେଡ୍କଂଗ୍ରେସ ସାଂସଦ, ବିଧାୟକ ଏବଂ ନେତାମାନଙ୍କ ସହ ସଂପୃକ୍ତ ଠିକଣାରେ କରାଯାଇଛି।
ବୁଧବାର ଦିନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କର୍ଣ୍ଣାଟକର ବେଲ୍ଲାରୀ ଏବଂ ବେଙ୍ଗାଲୁରୁରେ କର୍ଣ୍ଣାଟକ ଆଦିବାସୀ କଳ୍ୟାଣ ବୋର୍ଡ ଘୋଟାଳା ସହ ସଂପୃକ୍ତ ଆର୍ଥିକ ଅନିୟମିତତା ମାମଲାରେ ଅନେକ ସ୍ଥାନରେ ରେଡ କରିଛି। କଂଗ୍ରେସ ସାଂସଦ ଓ ବିଧାୟକମାନଙ୍କ କାର୍ଯ୍ୟାଳୟ ସହିତ ସେମାନଙ୍କ ଘରେ ମଧ୍ୟ ଚଢାଉ ହୋଇଛି।
ଇଡିର ଭିନ୍ନ-ଭିନ୍ନ ଟିମ୍ ବେଲ୍ଲାରୀ ସାଂସଦ ଇ. ତୁକାରାମଙ୍କ ସନ୍ଦୂର ବାସଭବନ, ବେଲ୍ଲାରୀ ବିଧାୟକ ନାରା ଭାରତ୍ ରେଡ୍ଡିଙ୍କ ନେହରୁ କଲୋନୀ ବାସଭବନ, ବିଧାୟକ ଜେ.ଏନ୍. ଗଣେଶଙ୍କ ହୋସପେଟ ବାସଭବନ, ବିଧାୟକ ଡା. ଏନ୍ଟି ଶ୍ରୀନିବାସଙ୍କ କୁଡଲିଗି ବାସଭବନ ଓ ବିଧାୟକ ବି. ନାଗେନ୍ଦ୍ରଙ୍କ ନିକଟବର୍ତ୍ତୀ ଗୋବର୍ଧନ ରେଡ୍ଡିଙ୍କ ବାସଭବନରେ ଚଢାଉ କରିଛନ୍ତି।