ଭୁବନେଶ୍ୱର– ପୁରାଣ, ଅଲୌକିକତା, ସଙ୍ଗୀତ, ନୃତ୍ୟ ଓ ଆଧ୍ୟାତ୍ମିକ ସାହିତ୍ୟର କାର୍ଯ୍ୟକ୍ରମ କଳିଙ୍ଗ ମହୋତ୍ସବର ଚତୁର୍ଥ ସଂସ୍କରଣ ଆସନ୍ତା ୮ ତାରିଖରୁ ଆରମ୍ଭ ହେବ । ଦୁଇ ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମହୋତ୍ସବରେ ବିଶିଷ୍ଟ କଥାକାର ତଥା ପଦ୍ମ ବିଭୂଷଣ ପୁରସ୍କାରପ୍ରାପ୍ତ ପ୍ରଫେସର ମନୋଜ ଦାସ କଳିଙ୍ଗ ସାହିତ୍ୟ ସମ୍ମାନ ୨୦୨୦ ପାଇବେ ।
ଏହି ଅବସରରେ ଶ୍ରୀ ଦାସ ମହୋତ୍ସବର ମୁଖ୍ୟ ବିଷୟବସ୍ତୁ \” ଦିବ୍ୟ ଆନନ୍ଦ : ପ୍ରଜ୍ଞାନ, ଉନ୍ମାଦ ଓ ରୂପାନ୍ତରଣ\’ ଶୀର୍ଷକରେ ମୁଖ୍ୟ ଅଭିଭାଷଣ ମଧ୍ୟ ପ୍ରଦାନ କରିବେ ।
ଏହି ପୁରସ୍କାର ଘୋଷଣା କରି କଳିଙ୍ଗ ମହୋତ୍ସବର ନିର୍ଦ୍ଦେଶକ ରଶ୍ମି ରଞ୍ଜନ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଯେ ଚଳିତ ବର୍ଷ ଠାରୁ ଅଲୌକିକ କଳିଙ୍ଗ ମହୋତ୍ସବରେ ଏକ ଲକ୍ଷ ଟଙ୍କା ବିଶିଷ୍ଟ ଦୁଇଟି ପୁରସ୍କାର ପ୍ରଦାନ କରାଯିବ ।