ଭୁବନେଶ୍ୱର – ଫେବୃଆରୀ ୧ ରୁ ୨୯ ତାରିଖ ପର୍ଯ୍ୟନ୍ତ ସ୍ମାର୍ଟ ସିଟିର ଅନଲାଇନ୍ ରେଟିଂ କରାଯିବ । ମୋ ସହର , ମୋ ଘର ପୋର୍ଟାଲ ଜରିଆରେ ଲୋକଙ୍କ ମତାମତ ନିଆଯିବ । ଏଥିପାଇଁ ୨୧ ଟି ପାରାମିଟର ରଖାଯାଇଛି ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।
ସହରରେ ବିଦ୍ୟୁତ୍ ଯୋଗାଣ , ସ୍ୱାସ୍ଥ୍ୟ ସେବା , ସୁବିଧାରେ ଘର ମିଳିବା , ସ୍ୱଚ୍ଛତା , ପରିମଳ , ବର୍ଷା ଦିନେ ପାଣି ଜମିବା , ପାନୀୟ ଜଳ, ଆମ୍ବୁଲାନ୍ସ ସେବା , ଅଗ୍ନିଶମ ସେବା , ସାଧାରଣ ସ୍ଥାନରେ ନାରୀ ମାନଙ୍କ ସୁରକ୍ଷା , ପାର୍କ , ସିନେମା ଘର ,ବ୍ୟାଙ୍କିଙ୍ଗ୍ ସେବା , ସୁବିଧା ଦରରେ ବିଜୁଳି ମିଳୁଛି କି ନାହିଁ ,ଏହି ସବୁ କ୍ଷେତ୍ରରେ ସେମାନଙ୍କ ସହର କେତେ ସକ୍ଷମ ହୋଇପାରିଛି ଲୋକମାନେ ସେ ନେଇ ମତାମତ ଦେବେ ବୋଲି ବିଏମସି କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ପ୍ରକାଶ କରିଛନ୍ତି । ଭୁବନେଶ୍ୱରର ୩୭ଟି ସ୍ଥାନରେ କମ୍ ବର୍ଷା ହେଲେ ପାଣି ଜମୁଥିବା ଚିହ୍ନଟ କରାଯାଇଛି । ବର୍ଷା ଋତୁ ପୂର୍ବରୁ ଏହାକୁ ଦୂର କରିବାପାଇଁ ତାହା ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଥିଲେ ।