
ବଲାଙ୍ଗିର– ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜନଜାତି ମୋର୍ଚ୍ଚା ତରଫରୁ ଆଜି ଭଗବାନ ବିର୍ଷା ମୁଣ୍ଡାଙ୍କ ୧୨୫ତମ ପୁଣ୍ୟ ତିଥି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ବିଜେପି କାର୍ଯ୍ୟଳୟ ପଥରଚେପା ଠାରେ ବଲାଙ୍ଗୀର ଜିଲ୍ଲା ବିଜେପି ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗୀର ଜିଲ୍ଲା ବିଜେପି ଏସ. ଟି. ମୋର୍ଚ୍ଚା ସଭାପତି ଚିତ୍ରସେନ ଭୋଇଙ୍କ ଅଧକ୍ଷତାରେ ଏହି ଶ୍ରଦ୍ଧାଞ୍ଜଳି ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବଲାଙ୍ଗୀର ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ଯୋଗଦେଇଥିଲେ।
ମଞ୍ଚରେ ଉପସ୍ଥିତ ଥିଲେ ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରା ମୁଖ୍ୟବକ୍ତା, ଡାକ୍ତର ନାରାୟଣ ମିଶ୍ର ବକ୍ତା, ସୁରେଶ ଭୋଇ, ମହେନ୍ଦ୍ର ଠାକୁର, ପଂକଜିନୀ ପଣ୍ଡା, ରଞ୍ଜିତା ପାଣିଗ୍ରାହୀ, ଜିଲ୍ଲା ବିଜେପି ମହିଳାମୋର୍ଚ୍ଚା ସଭାପତି, ମାଧବ ସାଏ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି, ସଭା ପରିଚାଳନା କରିଥିଲେ ଅମିତ ସିଂ ନିନା।ବହୁ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ। ବିଜେପି ବଲାଙ୍ଗୀର ବ୍ଲକ ସାଂସଦ ପ୍ରତିନିଧି ପୁରୁଷୋତମ ସାହୁ, ସମଲେଇ ମଣ୍ଡଳ ସଭାପତି ଲଳିତ ଶର୍ମା, ପାଟଣେଶ୍ବରୀ ମଣ୍ଡଳ ସଭାପତି ପାର୍ଥ କରଣ, ପ୍ରଶାନ୍ତ ନାୟକ, ଚୂଡ଼ାମଣି ବାରିକ, ଚିତ୍ରସେନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଭଗବାନ ବିର୍ଷା ମୁଣ୍ଡାଙ୍କ ପୁଣ୍ୟ ତିଥିରେ ତାଙ୍କ ଜୀବନୀ ଓ ଆଦିବାସୀ ମାନଙ୍କ ପ୍ରସଙ୍ଗକୁ ନେଇ ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପୂର୍ବରୁ ବିଯାଖମନ୍ ଠାରେ ଥିବା ବିର୍ଷାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ବଲାଙ୍ଗୀର ବିଜେପି ତରଫରୁ ମାଲ୍ୟାର୍ପଣ ହୋଇଥିଲା। ଏଥିରେ ବରିଷ୍ଠ ବିଜେପି ନେତା ଗୋପାଳଜୀ ପାଣିଗ୍ରାହୀ ଉପସ୍ଥିତ ଥିଲେ ।