
ଭୁବନେଶ୍ୱର– ସ୍ନାନ ପୂର୍ଣ୍ଣିମା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଏଆଇମାଧ୍ୟମରେ ନିୟନ୍ତ୍ରଣ କରାଯିବ ବୋଲି ସୂଚନା ଦେଇଛନ୍ତି ପୁରୀ ଏସପି ବିନୀତ ଅଗ୍ରୱାଲ । ମୁତୟନ ହେବ 70 ପ୍ଲାଟୁନ ଫୋର୍ସ ସମେତ 4 ଏସପି, 450 ପୋଲିସ ଅଧିକାରୀ । ଶ୍ରୀମନ୍ଦିର ଭିତରେ ଜଣେ ଏସପିଙ୍କ ସହ ରହିବେ 34 ପ୍ଲାଟୁନ ପୋଲିସ ଫୋର୍ସ ।ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ରହିବ 2 ଏସପିଙ୍କ ସମେତ 24 ପ୍ଲାଟୁନ ଫୋର୍ସ । ଟ୍ରାଫିକ ସୁପରିଚାଳନା ପାଇଁ ଜଣେ ଏସପିଙ୍କ ସହ 8ପ୍ଲାଟୁନ ଫୋର୍ସ ହେବେ ମୁତୟନ । ଭକ୍ତଙ୍କ ସହଯୋଗ ପାଇଁ ରହିବେ ଜଣେ ଅତିରିକ୍ତ ଏସପିସହିତ ଏକ ପ୍ଲାଟୁନ ଫୋର୍ସ ।