
ଭୁବନେଶ୍ୱର- ରାଜ୍ୟରେ ଆଉ ନୂଆ ୭ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ଏହାପରେ ୪୫ରେ ପହଞ୍ଚିଲା ମୋଟ କରୋନା ପଜିଟିଭ୍ ସଂଖ୍ୟା । ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣି ।