
ଭୁବନେଶ୍ୱର– ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୪ ଜଣ ପିଲା । ୩ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନାବାଳିକା ନିଖୋଜ । ବଡ଼ବାପାଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ ଘଟିଛି । ତେବେ ଅଗ୍ନିଶମ ବାହିନୀ ପହଞ୍ଚିଥିଲେ ହେଁ ପାୱାର ବୋଟ୍ କାମ ନ କରିବା ନେଇ ତାତିଛନ୍ତି ଗ୍ରାମବାସୀ । ଡଙ୍ଗା ସାହାଯ୍ୟରେ ଗ୍ରାମବାସୀଙ୍କ ପକ୍ଷରୁ ଖୋଜାଖୋଜି ଜାରି ରହିଛି ।