ଭୁବନେଶ୍ୱର– ଆସନ୍ତା ଫେବୃଆରୀ ୧୪ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବଜେଟ ଅଧିବେଶନ ପୂର୍ବରୁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆସନ୍ତା ୧୩ ତାରିଖ ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି । ବିଧାନସଭା ସୁରୁଖୁରୁରେ ଚଳାଇବା ପାଇଁ ୧୩ ତାରିଖ ଦିନ ୧୨ଟାରେ ଏହି ବୈଠକ ଅନୁଷ୍ଠିତ ହେବ ।ଏଥିରେ ଯୋଗ ଦେବା ପାଇଁ ସବୁ ବିରୋଧୀ ଦଳକୁ ଡକାଯାଇଛି । ପାର୍ଲିଆମେଂଟ ଢାଂଚାରେ ଏହି ବୈଠକ ହେବ ବୋଲି ସୂଚନା ମିଳିଛି ।
ଅନ୍ୟପକ୍ଷରେ ଏଥର ବିଧାନସଭାକୁ ନୂଆ ରୂପରେ ଆସିବେ ବିଧାୟକ । ସବୁ ବିଧାୟକ ଲାପଟପ ଧରି ବିଧାନସଭା ଆସିବାକୁ କୁହାଯାଇଛି । ଅର୍ଥ ବିଭାଗ ଏନେଇ ବ୍ୟବସ୍ଥା କରିଛି । ସେହି ଲାପଟପ ବ୍ୟବହାର କରି ସମସ୍ତ ପ୍ରଶ୍ନୋତର, ସବ ମିଶନ, ସମେତ ଅନ୍ୟାନ୍ୟ କାର୍ଯ୍ୟ ଅନଲାଇନରେ କରିବେ । ସେହି ଲାପଟପରେ ନେଭା ଆପ ଅପଲୋଡ଼ କରାଯାଇ ଦିଆଯିବ । ଯେଉଁ ବିଧାୟକ ଲାପଟପ ଚଲାଇ ଲାରିବେ ନାହିଁ ସେମାନଙ୍କୁ ତାଲିମ ଦିଆଯିବ । ଓକାକ ଏହି ତାଲିମ ଦେବ । ବିଧାନସଭାକୁ ଦୁଇ ମାସରେ ୱାଇଫାଇ କରାଯିବ । ଏନେଇ ବିଏସଏନଲ ସହିତ କଥାବାର୍ତା ସରିଛି । ଏନେଇ ୧୧ କୋଟି ଟଙ୍କାର ବଜେଟ କରାଯାଇଛି । ଏହା ବ୍ୟତୀତ ଭିଡିଓ କନ୍ଫରେନ୍ସିଂ ପାଇଁ ହଲ ପ୍ରସ୍ତୁତ ହେଉଛି ।