
ଇମ୍ଫାଲ– ମଣିପୁର ସରକାର ରାଜ୍ୟରେ ବିଗଡୁଥିବା ଆଇନ-ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି, ଇମ୍ଫାଲ୍ ୱେଷ୍ଟ, ଇମ୍ଫାଲ୍ ଇଷ୍ଟ, ଥୌବାଲ୍, କାକଚିଙ୍ଗ ଓ ବିଷ୍ଣୁପୁର ଜିଲ୍ଲାରେ ଇଣ୍ଟରନେଟ୍ ଓ ମୋବାଇଲ୍ ଡାଟା ସେବାକୁ ୫ ଦିନ ପାଇଁ ସସପେଣ୍ଡ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ନିର୍ଦ୍ଦେଶ ଶନିବାର ରାତି 11:45 ରୁ କାର୍ଯ୍ୟକାରୀ ହୋଇଛି।
ନିର୍ଦ୍ଦେଶ ଅନୁସାରେ, ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଉତ୍ତେଜକ ବାର୍ତ୍ତା, ଘୃଣାମୂଳକ ଭାଷଣ ଏବଂ ମିଥ୍ୟା ସୂଚନା ପ୍ରଚାରିତ ହେବାର ଆଶଙ୍କା ଅଛି, ଯାହା ଲୋକମାନଙ୍କର ଭାବନାକୁ ଭଡ଼କାଇପାରେ ଏବଂ ସାଧାରଣ ଶାନ୍ତିକୁ ବିଘ୍ନିତ କରିପାରେ। ପ୍ରଶାସନ ଏହା ଆଶଙ୍କା ବ୍ୟକ୍ତ କରିଛି ଯେ, ଏହାର ଫଳରେ ସାମ୍ପ୍ରଦାୟିକ ବିବାଦ ବୃଦ୍ଧିପାଇପାରେ ଏବଂ ସାର୍ବଜନୀନ ଓ ବ୍ୟକ୍ତିଗତ ସମ୍ପତ୍ତିର କ୍ଷତି ହେବା ସମ୍ଭାବନା ଅଛି।