
ଏଥେନ୍ସ-ଗ୍ରୀସ୍ର ଉତ୍ତର ଅଞ୍ଚଳରେ ସ୍ଥିତ ମାଉଣ୍ଟ ଏଥୋସର ଗ୍ରୀକ୍ ଅର୍ଥୋଡକ୍ସ ଧାର୍ମିକ କ୍ଷେତ୍ରରେ ଶନିବାର ଦିନ 5.3 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଫଳରେ ସ୍ଥାନୀୟ ଲୋକମାନେ ଓ ଭକ୍ତମାନଙ୍କ ମଧ୍ୟରେ ଭୟ ଓ ଆତଙ୍କ ଖେଳିଯାଇଛି । ଏହି ଝଟକା ଗତ ଚାରି ଦିନ ମଧ୍ୟରେ ଦ୍ୱିତୀୟଥର ପାଇଁ ଅନୁଭୂତ ହୋଇଛି ।
ଏଥେନ୍ସର ଜିଓଡାଇନାମିକ୍ସ୍ ସଂସ୍ଥାନ ଅନୁସାରେ, ଏହି ଭୂକମ୍ପ ସମୁଦ୍ର ତଳେ 12.5 କିଲୋମିଟର (7.7 ମିଲ) ଗଭୀରତାରେ ଘଟିଥିଲା। ଏହାର କେନ୍ଦ୍ର ମାଉଣ୍ଟ ଏଥୋସର ପ୍ରଶାସନିକ ରାଜଧାନୀ କାରାଏସର ଉତ୍ତର-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ହଲ୍କିଡିକି ପ୍ରାୟଦ୍ୱୀପରେ ଥିଲା। ଏହି ଭୂକମ୍ପ ଝଟକାରେ ଆଖପାଖର ଅନେକ ଅଞ୍ଚଳରେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଛି।ଏହି ଭୂକମ୍ପ ଫଳରେ କୌଣସି ବଡ଼ କ୍ଷୟକ୍ଷତି ହୋଇନାହିଁ।