
କେଦାରନାଥ ଧାମ– ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରବିବାର କେଦାରନାଥ ଧାମରେ ପହଞ୍ଚି ବାବା କେଦାରଙ୍କ ଦର୍ଶନ କରି ଜଳାଭିଷେକ କରି ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି । ଏହି ସୁଯୋଗରେ ସେ ତୀର୍ଥପୁରୋହିତମାନଙ୍କୁ ଭେଟିଥିଲେ। ଏହାସହିତ ଧାମରେ ଯାତ୍ରା ଡ୍ୟୁଟିରେ ମୁତୟନ ଆଇଟିବିପି, ପିଏସି ଏବଂ ପୁଲିସ୍ ଯବାନମାନଙ୍କ ଉତ୍ସାହ ବଢ଼ାଇ ତାଙ୍କ ପିଠି ଥାପୁଡାଇଥିଲେ ।
ସ୍ଥଳ ସେନାଧ୍ୟକ୍ଷ ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ ରବିବାର ସକାଳ ୯ଟାରେ କେଦାରନାଥ ଧାମରେ ପହଞ୍ଚିଥିଲେ। ଧାମରେ ପୁଲିସ୍ ଅଧିକାରୀ ଅକ୍ଷୟ ପ୍ରହ୍ଲାଦ କୋଣ୍ଡେ, ବରିଷ୍ଠ ତୀର୍ଥପୁରୋହିତ ଉମେଶ୍ ଚନ୍ଦ୍ର ପୋଷ୍ଟି, ବିକେଟିସିର ଅନିଲ ଧ୍ୟାନୀ ଓ ଅନ୍ୟମାନେ ତାଙ୍କୁ ପୁଷ୍ପଗୁଛ ଉପହାର ଦେଇ ସ୍ୱାଗତ କରିଥିଲେ । ଏହାପରେ ସ୍ଥଳ ସେନାଧ୍ୟକ୍ଷ ଦ୍ୱିବେଦୀ ବାବା କେଦାରଙ୍କ ଦର୍ଶନ କରି ଜଳାଭିଷେକ କରି ବାବା କେଦାରଙ୍କୁ ଭାରତର ସୁଖ-ସମୃଦ୍ଧି ପାଇଁ କାମନା କରିଥିଲେ।