
ବଲାଙ୍ଗିର, ବଲାଂଗୀର ଆଜି ପବିତ୍ର ଇଦ ଉଲ ଅଦାହା ସାରା ବିଶ୍ୱରେ ପାଳିତ ହେଉଛି। ଏହି ପରି ବଲାଂଗୀରରେ ମଧ୍ୟ ଅତି ଧୂମ ଧାମରେ ଉହି ପବିତ୍ର ପର୍ବ ପାଳନ ଚାଲିଛି। ପୂର୍ବ ପୁରୁଷକୁ ସ୍ମରଣ କରି ମୁସଲମାନ କୁର୍ବାନି ଦେବା ସହ ମସଜିଦ ରେ ନମାଜ ପାଠ କରି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି।
ବଲାଂଗୀର ଧୂମ ଧାମରେ ମୁସଲମାନ ମାନେ ଇଦ ଉଲ ଅଦାହ ପାଳନ କରୁଛନ୍ତି। ଯେଉଁଥିରେ ଏଠିକାର ସବୁ ମୁସଲମାନ ଭାଇ ମାନେ ଏକାଠି ହୋଇ ସ୍ଥାନୀୟ ମସଜିଦରେ ସମୂହ ଇଦ ଉଲ ଅଦାହର ନମାଜ ପାଠ କରିଛନ୍ତି। ଏବଂ ନମାଜ ପରେ ସମସ୍ତେ ପରସ୍ପରଙ୍କୁ ଶୁଭେଚ୍ଛା ଜଣାଇ ଛନ୍ତି। ଆଜି ବଲାଂଗୀର ଜିଲ୍ଲାର ଲୋଇସିଂହା, ତୁସୁରା , ପଟଣାଗଡ଼, ଚୁଡାପାଳି ଢୁଲୁସର, ଟିଟିଲାଗଡ଼ ସବୁଠି ମୁସଲାମାନ ମାନେ ଏହି ପର୍ବ ଏକାଠି ପାଳନ କରୁଛନ୍ତି। ସବୁଠି ସମୂହ ନାମଜ ପାଠ ପରେ ମୁସଲମାନ ମାନେ ଜଗତରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରାଥନା କରିଛନ୍ତି। ସେହିପରି ନିଜ ପୂର୍ବ ପୁରୁଷକୁ ସ୍ମରଣ କରି କୁର୍ବାନି ଦେଉଛନ୍ତି।
ତେବେ ମୁସଲମାନ ମାନଙ୍କ ଦ୍ଵିତୀୟ ସବୁଠୁ ବଡ ପର୍ବ ହେଉଛି ଇଦ ଉଲ ଅଦାହ। ମାନ୍ୟତା ଅନୁସାରେ ମୁସଲାମାନଙ୍କ ଧର୍ମ ଗୁରୁ ଇବାହିମ ଅଲି ଇସଲାମ କୁ ଧର୍ମ ଓ ସତ୍ୟ ପାଇଁ କୁର୍ବାନି ଦେବାକୁ ନିର୍ଦେଶ ହୋଇଥିଲା। ଯେଉଁଥିରେ ସେ ନିଜ ପୁଅ ଇସମାଇଲ କୁ କୁର୍ବାନି ଦେବାକୁ ଯାଇଥିଲେ। ହେଲେ ଚମତ୍କାର ଭାବରେ ତାଙ୍କ ପୁଅଙ୍କ ସ୍ଥାନରେ ଗୋଟିଏ ବକରିର କୁର୍ବାନି ହୋଇଥିଲା। ଯାହା ପରେ ସବୁ ମୁସଲମାନ ମାନେ ଏହି ଧର୍ମ, ସତ୍ୟ ଓ ନିଜ ପୂର୍ବ ପୁରୁଷଙ୍କ ପାଇଁ କୁର୍ବାନି କରିବା ପ୍ରଥା ରହି ଆସିଛି।
ଯଉଁଥିରେ ଆଜି ବଲାଂଗିର ଜିଲ୍ଲାରେ ମଧ୍ୟ ସବୁ ମୁସଲମାନ ସମୂହ ନମାଜ ପାଠ କରି ଶାନ୍ତି ଓ ଭାଇଚାରା ବଜାୟ ରହୁ ବୋଲି ପ୍ରାଥନା କରିଛନ୍ତି। ତେବେ ବଲାଂଗୀର ସୁନ୍ନି ସଦର ମସଜିଦର ଇମାମ ସାୟାଦ ରାଜା କହିଛନ୍ତି ଯେ ” ଆଜି ପବିତ୍ର ଇଦ ଉଲ ଅଦାହ ପାଳିତ ହେଉଛି। ଯେଉଁଠୁରେ ମୁ ସର୍ବ ପ୍ରଥମେ ସମସ୍ତଙ୍କୁ ଏହା ପାଇଁ ଶୁଭେଚ୍ଛା ଜଣାଉଛି। ଆଜି ଆମେ ଏଠି ମିଳିତ ଭାବରେ ନମାଜ ପାଠ କରିଛୁ। ଏବଂ ଜଗତରେ ଆମ ଦେଶରେ ଶାନ୍ତି ଓ ଭାଇ ଚାରା ସବୁ ବେଲେ ବଜାୟ ରହୁ ବୋଲି ପ୍ରାଥନା କରିଛୁ” ବୋଲି ସେ କହିଛନ୍ତି।