ଭୁବନେଶ୍ୱର – କେନ୍ଦ୍ର ପେଟ୍ରୋଲିୟମ,. ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଇସିଏଆଇ-ସିଏ ଫାଉଣ୍ଡେସନ ପରୀକ୍ଷାରେ ଅଖିଳ ଭାରତୀୟ ସ୍ତରରେ ଟପର ହୋଇଥିବା କଳାହାଣ୍ଡିର ଛାତ୍ରୀ ସାଇନା ଅଗ୍ରବାଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ କରି ତାଙ୍କୁ ଆଗାମୀ କ୍ୟାରିୟର ପାଇଁ ଶୁଭକାମନା ଦେବା ସହ ଆଗାମୀ ଦିନରେ ତାଙ୍କର ପରିବାର ଓ ଓଡିଶା ତଥା ଦେଶ ପାଇଁ ଆହୁରି ସୁନାମ ଆଣିବେ ବୋଲି ଆଶା ପ୍ରକାଶ କରିଛନ୍ତି ।