
ଭୁବନେଶ୍ୱର– ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସର ଶୁଭକାମନା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ସୁସ୍ଥ ଜୀବନ ଓ ଖାଦ୍ୟ ସୁରକ୍ଷା ପାଇଁ ସୁରକ୍ଷିତ ଖାଦ୍ୟ ଅତ୍ୟାବଶ୍ୟକ। ଗତ 24 ବର୍ଷ ଧରି ଅତିଦୁର୍ବଳ ଓ ଆବଶ୍ୟକୀୟ ଲୋକଙ୍କ ପାଇଁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବାରେ ଓଡିଶା ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି ଏବଂ ଏହାକୁ ବହୁତ ପ୍ରଶଂସା ଓ ସ୍ୱୀକୃତି ମିଳିଛି। ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ ଅବସରରେ ଆସନ୍ତୁ ଆମେ ଖାଦ୍ୟଜନିତ ରୋଗକୁ କମାଇ ଏକ ସୁସ୍ଥ ବିଶ୍ୱ ଗଠନରେ ପ୍ରତିଶ୍ରୁତିବଦ୍ଧ ହେବା।