
ଭୁବନେଶ୍ୱର- ଆଜି ସପରିବାର ଉଜ୍ଜୟିନୀ ନଗରୀ ସ୍ଥିତ ପରମ ପବିତ୍ର ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗଙ୍କ ଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାବାଙ୍କ ଦର୍ଶନ କରି ସର୍ବଦା ମନକୁ ଅଦ୍ଭୁତ ଶାନ୍ତି ଓ ଶକ୍ତିର ଅନୁଭୂତି ହୋଇଥାଏ ।
ବାବା ମହାକାଳଙ୍କ ଦିବ୍ୟ ଆରତୀରେ ସମ୍ମିଳିନୀ ହୋଇ ଦେଶର ସୁଖ-ସମୃଦ୍ଧି, ଜନକଲ୍ୟାଣ ଓ ସମସ୍ତଙ୍କ ମଙ୍ଗଳମୟ ଜୀବନ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।