
ମୁମ୍ବାଇ -ମୀଠି ନଦୀ ସଫେଇରେ ହୋଇଥିବା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଟିମ ଶନିବାର ଅଭିନେତା ଡିନୋ ମୋରିୟାଙ୍କୁ ସମନ ପଠାଇ ମୋରିୟାଙ୍କୁ ଆଗାମୀ ସପ୍ତାହରେ ତଦନ୍ତ ଅଧିକାରୀଙ୍କ ସମ୍ମୁଖରେ ପଚରାଉଚରା ପାଇଁ ହଜାର ହେବାକୁ କହିଛନ୍ତି।
ସୁଚନା ଅନୁଯାୟୀ ମିଠି ନଦୀ ସଫେଇ ଦୁର୍ନୀତି ମାମଲାରେ ଇଡି ଟିମ ଡିନୋ ମୋରିୟା ସମେତ 15ଜଣଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଚଢାଉ କରିଥିଲା।ଚଢାଉ ସମୟରେ ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଡିନୋ ମୋରିୟାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟ୍ରାନଜାକ୍ସନ ଚିହ୍ନଟ ହୋଇଛି। ତଥାପି ଡିନୋ ମୋରିୟା ଏହି ଆର୍ଥିକ କାରବାରକୁ ବ୍ୟକ୍ତିଗତ ବୋଲି ବର୍ଣ୍ଣନା କରିଛନ୍ତି।ଇଡି ଟିମ ଡିନୋ ମୋରିୟାଙ୍କୁ ଏହି ଉତ୍ତରରେ ସନ୍ତୃଷ୍ଟ ନୁହେଁ ଏଥିପାଇଁ ଇଡି ଡିନୋ ମୋରିୟାଙ୍କୁ ଆଜି ସମନ ଜାରି କରି ପଚରାଉଚରା ପାଇଁ ହାଦର ହେବାକୁ କହିଛି।