
ଭୁବନେଶ୍ୱର- ଶହେ ବର୍ଷର ପୁରୁଣା କଂଗ୍ରେସ ପାର୍ଟିକୁ ଧରାଶାୟୀ କରିବାରେ ସବୁଠାରୁ ବଡ ଭୂମିକା ରାହୁଲ ଗାନ୍ଧୀଙ୍କର ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ଯାହା କୁହନ୍ତି ନିଜେ ବୁଝନ୍ତି ନାହିଁ । ଯେଉଁ ଦିନ ସେ ନିଜେ ବୁଝିବେ ସେଦିନ ଅନ୍ୟମାନେ ମଧ୍ୟ ବୁଝିବା ଆରମ୍ଭ କରିବେ। 5 ବର୍ଷ ତାଙ୍କ ସହ ପାର୍ଲିଆମେଣ୍ଟରେ ଥିଲି । ସେ ବାରମ୍ବାର ଶୋଚନୀୟ ଭାବରେ ନିର୍ବାଚନୀ ହାରୁଛନ୍ତି। ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ କଂଗ୍ରେସ ଚାଲିଥିବା ପର୍ଯ୍ୟନ୍ତ କଂଗ୍ରେସର କୌଣସି ଭବିଷ୍ୟତ ନାହିଁ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।