
ନୂଆଦିଲ୍ଲୀ– ସାରା ଦେଶ ଇଦ୍ ଉଲ ଜୁହା ପର୍ବକୁ ଧୁମଧାମରେ ପାଳନ କରୁଛି । ବକ୍ରିଇଦ୍ର କେତେକ ଅନ୍ୟ ନାମ ମଧ୍ୟ ଅଛି, ଯାହା ଭିତରୁ ମଧ୍ୟରୁ ଇଦ୍-ଉଲ୍-ଅଜହା ସବୁଠାରୁ ପ୍ରମୁଖ। ଦେଶର ପ୍ରମୁଖ ମସଜିଦରେ ମୁସଲିମ ସଂପ୍ରଦାୟର ଭାଇମାନେ ବକ୍ରିଇଦ୍ର ନମାଜ ପାଠ ସହିତ ଶାନ୍ତି ଓ ଖୁସିର ଆଶୀର୍ବାଦ ମାଗୁଛନ୍ତି। ଏହି ପର୍ବଟିକୁ ତ୍ୟାଗ ଓ ମାନବତାର ପ୍ରତୀକ ଭାବେ ଗଣାଯାଏ। ଇସଲାମ ଧର୍ମରେ ଏହାକୁ “କୁର୍ବାନୀର ପର୍ବ” ବୋଲି କୁହାଯାଇଛି।
ଦିଲ୍ଲୀର ବଡ଼-ଛୋଟ ସମସ୍ତ ମସଜିଦରେ ନମାଜ ପାଠ ସହିତ ଈଦ୍-ଉଲ୍-ଅଜହା ପର୍ବକୁ ଧୁମଧାମରେ ପାଳନ କରାଯାଇଛି। ପାରମ୍ପରିକ ପୋଷାକରେ ହଜାର ହଜାର ଲୋକ ଜାମା ମସଜିଦକୁ ଯାଇଥିଲେ। ମୁସଲିମ ବହୁଳ ପୁରୁଣା ଦିଲ୍ଲୀରେ ସୂର୍ଯ୍ୟର ପ୍ରଥମ କିରଣ ପଡିବା ସହିତି ଜାମା ମସଜିଦର ପ୍ରାଙ୍ଗଣ ନମାଜ ପାଠ ପାଇଁ ଭରିଯାଇଥିଲା। ନମାଜ ପଢି ସାରିଲା ପରେ ଲୋକେ ଶାନ୍ତି ଓ ସଦଭାବନାର ଶୁଭେଚ୍ଛା ଆଦାନ-ପ୍ରଦାନ କରିଥିଲେ।