
ମାଲକାନଗିରି– ମାଲକାନଗିରି ବ୍ଲକ ଅନ୍ତର୍ଗତ ପାଣ୍ଡ୍ରିପାଣି ଗ୍ରାମରେ ଆଜି ପାଳିତ ହୋଇଯାଇଛି ‘ଅପରେସନ ସିନ୍ଦୁର’ ପରାକ୍ରମ ଶୋଭାଯାତ୍ରା। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସାବିତ୍ରୀ କ୍ରିଷାନୀ, ଶିଶୁ ମନ୍ଦିର ମାତୃ କମିଟି ସଦସ୍ଯା ଶ୍ରୀମତୀ ବିମନ୍ତି ଗଡାଙ୍ଗ, ସମାଜସେବୀ ସଙ୍ଗୀତା ଦୁର୍ଗା ଓ ସମାଜସେବୀ ସାନୁ କୋଡେ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ, ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟ।, ପରିଚାଳନା ସଦସ୍ଯ/ସଦସ୍ୟ।, ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।
ପରାକ୍ରମ ଶୋଭାଯାତ୍ରା ବ୍ଯାନର ଓ ଜାତୀୟ ପତାକା ସହ ଜୟକାର ଧ୍ବନୀ ସହ ସ୍ଥାନୀୟ ଶିଶୁ ମନ୍ଦିର ଠାରୁ ସେରପାଲ୍ଲୀ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।