
ଭୁବନେଶ୍ୱର– ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟଭିଷେକ ଦିବସର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ନୀତି, ପରାକ୍ରମ ଓ ଦେଶଭକ୍ତି ଆଜି ବି ଆମକୁ ଧର୍ମରକ୍ଷା ଓ ଜନକଲ୍ୟାଣ ପାଇଁ ପ୍ରେରିତ କରୁଥିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଧର୍ମ, ନ୍ୟାୟ ଓ ସ୍ୱରାଜ୍ୟର ମହାନ ପ୍ରତୀକ ଛତ୍ରପତି ଶିବାଜୀ ମହାରାଜଙ୍କ ରାଜ୍ୟଭିଷେକ ଦିବସର ହାର୍ଦ୍ଦିକ ଶୁଭକାମନା । 1674ରେ ଆଜିର ଦିନରେ ଶିବାଜୀ ମହାରାଜ ତାଙ୍କ ଅଦମ୍ୟ ସାହସ, ରଣନୀତି ଓ ପରାକ୍ରମରେ ଅନ୍ୟାୟ ଓ ଅତ୍ୟାଚାର ଉପରେ ବିଜୟ ହାସଲ କରି ହିନ୍ଦଭି ସ୍ୱରାଜ୍ୟର ସ୍ଥାପନା କରିଥିଲେ । ଏହି ଦିନ କେବଳ ଐତିହାସିକ ଘଟଣା ନୁହେଁ, ବରଂ ଧର୍ମ ରକ୍ଷା, ଜନକଲ୍ୟାଣ ଓ ରାଷ୍ଟ୍ର ସ୍ୱାଭିମାନ ପାଇଁ ସଂଘର୍ଷ କରିବାର ପ୍ରେରଣା ଅଟେ । ତାଙ୍କ ନୀତି, ପରାକ୍ରମ ଓ ଦେଶଭକ୍ତି ଆଜି ବି ଆମକୁ ଧର୍ମରକ୍ଷା ଓ ଜନକଲ୍ୟାଣ ପାଇଁ ପ୍ରେରିତ କରୁଥିବ । ଜୟ ଭବାନୀ, ଜୟ ଶିବାନୀ ।