
ମାଲକାନଗିରି,ଥାନାରେ ବନ୍ଧା ପଡ଼ିଛି ଛେଳି । ଭ୍ୟାନରେ ଆଣି ଥାନା ପରିସରରେ ଛେଳିକୁ ବାନ୍ଧି ରଖିଛି ପୁଲିସ । ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମଡେଲ ଥାନାରେ । ମାଲକାନଗିରି ଥାନା ଅନ୍ତର୍ଗତ ଗୌଡ଼ଗୁଡ଼ା ଅଞ୍ଚଳରେ କୁକୁଡ଼ା ଲଢ଼େଇ ସାଙ୍ଗକୁ ଜୁଆ ଆଡ୍ଡା ଚାଲୁଥିବା ଖବର ପାଇ ଗତକାଲି ଚଢ଼ାଉ କରିଥିଲା ମାଲାକା ନଗିରି ପୁଲିସ ।ମାଲକାନଗିରି ଏସଡିପିଓ ଦିବ୍ୟ ଦଳେଇଙ୍କ ନେତୃତ୍ୱରେ ଟିମ୍ ଚଢ଼ାଉ କରିଥିବାବେଳେ ପୁଲିସକୁ ଦେଖି ଲୋକେ ଦୌଡ଼ି ପଳାଇଥିଲେ । ତେବେ ରୋଚକ କଥା ହେଉଛି ୨୦ ହଜାର ଟଙ୍କା ବିନିମୟରେ ଛେଳିକୁ ବାଜିରେ ଲଗାଯାଇଥିବା ବେଳେ ଛେଳିଟିକୁ ଜବତ କରି ପୁଲିସ ଥାନାକୁ ଆଣିଛି । ଏଥିସହ ଜୁଆ ଆଡ୍ଡାରୁ ପ୍ରାୟ ୮ଟି ମୋଟର ସାଇକଲ, ଜେନେରେଟର, ମାଇକ୍ ସେଟ୍ ଆଦି ଜବତ କରିଛି ମାଲକାନଗିରି ପୁଲିସ ।