ନୂଆଦିଲ୍ଲୀ- ଦିଲ୍ଲୀରେ ଧାର୍ମିକ ସ୍ଥଳରେ ଲାଉଡ ସ୍ପିକର ବ୍ୟବହାର ମାମଲା ଦିଲ୍ଲୀ ହାଇକୋର୍ଟରେ ପହଂଚିଛି । ଦିଲ୍ଲୀ ସରକାର ଓ ପୋଲିସ ବିରୁଦ୍ଧରେ ଅବମାନନା ଆବେଦନ ହାଇକୋର୍ଟରେ ଦାଖଲ କରା ଯାଇଛି । ଆବେଦନରେ ରାତି ଦଶଟାରୁ ସକାଳ ୬ଟା ଯାଏ ଲାଉଡ ସ୍ପିକର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରା ଯାଇଛି ।
ଆବେଦନରେ କୁହା ଯାଇଛି ଯେ ଯଦି ରାତି ଦଶଟାରୁ ସକାଳ ୬ଟା ଯାଏ ଲାଉଡ ସ୍ପିକର ବଜା ଯାଏ ତେବେ ଅଂଚଳର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଓ ପୋଲିସ ଏସଏଚଓଙ୍କୁ ଦାୟୀ କରାଯାଉ । ଦୀପାବଳୀରେ ବାଣ ଫୁଟାଇବା ଭଳି ଲାଉଡ ସ୍ପିକରରେ ଅଜାନର ସମୟ ସୀମା ସ୍ଥିର କରା ଯାଉ ।