
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ-କାଶ୍ମୀରରେ ଚିନାବ ନଦୀ ଉପରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ବ୍ରିଜ୍ ର ଉଦ୍ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଅଂଜି ପୋଲର ମଧ୍ୟ ଉଦ୍ଘାଟନ କରିଛନ୍ତି । ଏଥି ସହିତ ସେ କଟରା ରେଳ ଷ୍ଟେସନରୁ କଟରା ଓ ଶ୍ରୀନଗରକୁ ଯୋଡୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ମଧ୍ୟ ସବୁଜ ପତାକା ଦେଖାଇଥିଲେ ।
ଉଦ୍ଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଉଧମପୁର-ଶ୍ରୀନଗର-ବାରାମୁଲା ରେଳ ଲିଙ୍କ୍ ପ୍ରକଳ୍ପ ସହିତ ଜଡ଼ିତ ଟିମ୍ ସହିତ କଥାବାର୍ତା କରିଥିଲେ । ଏହି ଅବସରରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପିଏମଓରେ ରାଜ୍ୟମନ୍ତ୍ରୀ ଡଃ. ଜିତେନ୍ଦ୍ର ସିଂହ, ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଉମର ଅବଦୁଲା ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କଂଥନ ଚିନାବ ହଲ୍ଟରେ ପ୍ରକଳ୍ପ ଟିମ୍ ଏବଂ ଶ୍ରମିକ ମାନଙ୍କ ସହିତ ମଧ୍ୟ କଥା ହୋଇଥିଲେ । ସେ ଏହି ପ୍ରକଳ୍ପର ପ୍ରଗତି ବାବଦରେ ତଥ୍ୟ ନେଇଥିଲେ ।