
ଭୁବନେଶ୍ୱର, ପୂର୍ବତନ ବିଧାୟକ ମହମ୍ମଦ ରଫିକ୍ ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ନିର୍ବାଚନମଣ୍ଡଳୀର ଆମ ଦଳର ପୂର୍ବତନ ବିଧାୟକ ମହମ୍ମଦ ରଫିକ୍ ଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ସେ ଜଣେ ସରଳ ଓ ନମ୍ର ବ୍ୟକ୍ତି ଥିଲେ। ଜଣେ ବିଧାୟକ ଭାବରେ, ସେ ସ୍ଥାନୀୟ ଅଂଚଳ ପାଇଁ ଅନେକ କଲ୍ୟାଣକାରୀ କାର୍ଯ୍ୟ କରିଥିଲେ ଏବଂ ବରଗଡ଼ ଜିଲ୍ଲାରେ ଦଳୀୟ ସଂଗଠନକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ। ରାଜନୀତି, ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇରହିବ। ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି।