
ହରିଦ୍ୱାର-ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମଶତାବ୍ଦୀ ବର୍ଷ 2026 ଉପଲକ୍ଷl ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପକ୍ଷରୁ ଆୟୋଜିତ ଜ୍ୟୋତି କଳଶ ରଥଯାତ୍ରା ବାହାରିଛି। ଏହି କ୍ରମରେ, ଆଜି ଶାନ୍ତିକୁଞ୍ଜରୁ ଉତ୍ତର ପ୍ରଦେଶର 32 ଜିଲ୍ଲା ପାଇଁ ଦୁଇଟି ରଥ ବାହାରିଛି । ଏହି ଯାତ୍ରା ଦେଶବ୍ୟାପୀ ଭାବେ ଆଧ୍ୟାତ୍ମିକ ଜାଗରଣ, ସଂସ୍କୃତି ସଂବର୍ଧନ ଓ ଯୁଗ ନିର୍ମାଣର ବାର୍ତ୍ତା ନେଇ ଘରେ ଘରେ ପହଞ୍ଚିବ।
ଏହି ରଥକୁ ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟର ପ୍ରତିକୁଳପତି ଡ଼. ଚିନ୍ମୟ ପଣ୍ଡ୍ୟା ଓ ଶାନ୍ତିକୁଞ୍ଜର ବ୍ୟବସ୍ଥାପକ ଯୋଗେନ୍ଦ୍ର ଗିରି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମ ଡ଼. ପ୍ରଣବ ପଣ୍ଡ୍ୟା ଓ ଶୈଳଦିଦିଙ୍କର ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଥିଲା।
ଏହି ଅବସରରେ ଡ଼. ଚିନ୍ମୟ ପଣ୍ଡ୍ୟା କହିଥିଲେ ଯେ, ଏହି ରଥଯାତ୍ରା ଭକ୍ତମାନଙ୍କ ମଧ୍ୟରେ ଆତ୍ମିକ ଜାଗରଣ, ସାମାଜିକ ସଦ୍ଭାବ ଓ ରାଷ୍ଟ୍ର ଗଠନ ପାଇଁ ସଂକଳ୍ପକୁ ଦୃଢ଼ କରିବ। ବନ୍ଦନୀୟ ମାତାଜୀଙ୍କର ଜୀବନଦର୍ଶନ ଓ ଅଖଣ୍ଡ ଦୀପର ପ୍ରେରଣାକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଏହି ଅଭିଯାନର ଲକ୍ଷ୍ୟ ।