ନୂଆଦିଲ୍ଲୀ – ନିର୍ଭୟା ମାମଲାରେ କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ସୁପ୍ରୀମ କୋର୍ଟ ଆଗାମୀ ଫେବୃଆରୀ ୭ ତାରିଖ ଦିନ ଶୁଣାଣୀ ପାଇଁ ପ୍ରସ୍ତୁତ ଅଛି ।
ସରକାରଙ୍କ କହିବା ଅନୁଯାୟୀ ଯେଉଁ ଦୋଷୀ ମାନଙ୍କର ଆଇନଗତ ବିକଳ୍ପ ଶେଷ ହୋଇ ସାରିଛି ସେମାନଙ୍କ ଉପରେ ଫାଶୀ ଦଣ୍ଡ କାର୍ଯ୍ୟକାରୀ କରା ଯାଉ । ଏ ସମ୍ପର୍କରେ ଗତ ପାଂଚ ତାରିଖ ଦିନ ଦିଲ୍ଲୀ ହାଇକୋର୍ଟ କହିଥିଲେ ଯେ ଚାରି ଜଣ ଦୋଷୀଙ୍କୁ ଅଲଗା ଅଲଗା ଭାବେ ଫାଶି ଦିଆ ଯାଇ ପାରିବ ନାହିଁ ।
ଦିଲ୍ଲୀୂ ହାଇକୋର୍ଟ ଏହା ମଧ୍ୟ କହିଥିଲେ ଯେ ନିର୍ଭୟା ମାମଲାରେ ଦୋଷୀ ମାନେ ଆଇନର ଅପ ବ୍ୟବହାର କରୁଛନ୍ତି । ହାଇକୋର୍ଟ ନିର୍ଭୟାର ଦୋଷୀ ମାନଙ୍କୁ ସାତ ଦିନ ମଧ୍ୟରେ ଆଇନଗତ ବିକଳ୍ପର ବ୍ୟବହାର କରିବାକୁ କହିଛନ୍ତି ।