
ଭୁବନେଶ୍ୱର– ଯାହା ପ୍ରତିଶୃତି ଦେଇଥିଲୁ ଅଧିକାଂଶ କରିଛୁ। ସବୁ ବିଭାଗରେ ଅନେକ ନୂଆ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ବିଜେପି ସରକାରର ଏକ ବର୍ଷ ପୂର୍ତି ଅବସରରେ ମନ୍ତ୍ରୀ କହିଛନ୍ତି ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଯିବ । ଗତ ସରକାର ରିପୋର୍ଟ କାର୍ଡ ପ୍ରଦାନ କରୁନଥିଲେ କିନ୍ତୁ ଆମ ସରକାରରେ ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ପ୍ରସ୍ତୁତ କରେଇଛନ୍ତି । ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀ ଆସିଥିଲେ ଯାହା କହିଥିଲେ କାର୍ଯକାରୀ ହୋଇଛି ।ବର୍ଷେ ପୂର୍ତି କାର୍ଯ୍ୟକ୍ରମ ସବୁ ଜାଗାରେ ହେବ ଏହାକୁ ବ୍ୟାପକ କରାଯିବ। ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି । ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ବି ନିମନ୍ତ୍ରଣ ହୋଇଛି । ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିର୍ଦେଶ ଦେଇଛନ୍ତି ଯେଉଁ ମନ୍ତ୍ରୀ ଯେଉଁ ଜିଲ୍ଲାର ପ୍ରଭାରୀ ଦାୟିତ୍ୱରେ ଥିବେ ସେ ଜିଲ୍ଲାକୁ ଗସ୍ତ କରିବେ। ଜିଲ୍ଲାକୁ ଯାଇ ସମୀକ୍ଷା କରିବେ। ବର୍ଷ ପୂର୍ତି କାର୍ଯ୍ୟକ୍ରମ ବି ତଦାରଖ କରିବେ ମନ୍ତ୍ରୀ।