ବାଲିପଡ଼ା:-ଭାରତୀୟ ଜନତା ପାର୍ଟି ବ୍ଲକ ସ୍ତରୀୟ କାର୍ଯ୍ୟକର୍ତା ପରିବର୍ତ୍ତନ କରିଛି I କୁକୁଡାଖଣ୍ଡି ବ୍ଲକ ବାଲିପଡ଼ା ମଣ୍ଡଳ ସଭାପତି ଭାବରେ ଦକ୍ଷିଣପୂର ଗ୍ରାମର ଯୁବନେତା ରାକେଶ କୁମାର ପଣ୍ଡାଙ୍କୁ ସ୍ଥାନ ଦେଇଥିବା ବେଳେ ଆଗାମୀ ଦିନରେ ସେ ତୃଣମୂଳ ସ୍ତରରେ ସଂଗଠନକୁ ସୃଦୃଡ଼ କରିବେ ବୋଲି କହିଛନ୍ତି I ପୂର୍ବରୁ ସଭାପତି ଥିବା ବାଲିପଡ଼ା ଗ୍ରାମର ଗୋବିନ୍ଦ ବିଷୋୟୀଙ୍କୁ ଦ୍ୱିତୀୟ ଥରପାଈଁ ସୁଯୋଗ ନଦେଇ ନୂଆ ମୁହଁକୁ ସ୍ଥାନ ଦେଇଛି ଦଳ I ଜିଲ୍ଲା ସଭାପତି ବିଭୁତି ଜେନା ତାଙ୍କୁ ନୂଆ ଦାୟିତ୍ୱ ଦେବାରୁ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ଶ୍ରୀ ପଣ୍ଡା I ଅଞ୍ଚଳରେ ବିଜୁ ଜନତା ଦଳର ଦୁର୍ନୀତିକୁ ମୁଖ୍ୟ ମୁର୍ଦା କରି ଲୋକଲୋଚନକୁ ଆଣିବି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର ଯୋଜନା ଗାଁ ଗାଁ ପହଞ୍ଚାଇବାର ସଂକଳ୍ପ ନେଇଥିବା କହିଛନ୍ତି Iଜିଲ୍ଲା ପରିଷଦ ସଭ୍ୟ ଏଲ.ମୋହନ ଦାସ,ଚିନ୍ମୟନନ୍ଦ ଦାସ,ସାଗର କୁମାର ପାତ୍ର,ବାବୁଲା ପାତ୍ର ପ୍ରମୁଖ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି I