
ଶ୍ରୀନଗର– ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି ଗୁରୁବାର ସକାଳେ ଆତଙ୍କବାଦୀ ଫଣ୍ଡିଂ ଓ ଷଡଯନ୍ତ୍ର ମାମଲାରେ କଶ୍ମୀରର ବିଭିନ୍ନ ସ୍ଥାନରେ ରେଡ୍ କରିଛି। ଏହି ରେଡ୍ ଏପର୍ଯ୍ୟନ୍ତ ଜାରି ଅଛି।
ଔପଚାରିକ ସୂତ୍ର ଅନୁସାରେ, ପୁଲିସର ସହଯୋଗରେ ଏନଆଇଏର ଏକ ଟିମ୍ ଦକ୍ଷିଣ କଶ୍ମୀରର ଅନେକ ସ୍ଥାନରେ ରେଡ୍ କରିଛି ।ଶୋପିଆନର ରେବନ, ନୀଲଦୁରା, ଚେକ ଏ ଚୋଲେଣ୍ଡ, କୁଲଗାମର ମଞ୍ଜଗାମ, ଦେଵସର, ସୋନିଗାମ ଓ ବୁଗାମ, ଏବଂ ପୁଲୱାମାର କିଛି ଅଞ୍ଚଳ ସାମିଲ ରହିଛି। ଏହିପରି ଭାବରେ ଉତ୍ତର କଶ୍ମୀରର ସୋପୋର୍ ଓ କୁପୱାରାରେ ମଧ୍ୟ ରେଡ୍ ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଗିରଫ କିମ୍ବା ଜବତି ସମ୍ବନ୍ଧୀୟ କୌଣସି ସୂଚନା ମିଳିନାହିଁ।