
ଗ୍ୟାଙ୍ଗଟକ– ଉତ୍ତର ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ଫସିଥିବା ପର୍ଯ୍ୟଟକ ଓ ସ୍ଥାନୀୟ ଲୋକଙ୍କୁ ଉଦ୍ଧାର କରିବା ଓ ସହାୟତା ପହଞ୍ଚାଇବା ପାଇଁ ଗୁରୁବାର ସକାଳୁ ଆରମ୍ଭ ହୋଇଛି ଅଭିଯାନ ।
ହେଲିକପ୍ଟରରେ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳର 9ଜଣ କର୍ମୀ ଓ ଆବଶ୍ୟକ ଉପକରଣ ଥିଲା । ରାଜ୍ୟ ବିଦ୍ୟୁତ ବିଭାଗ ଓ ଏୟାରଟେଲର ଦୂରସଂଚାର ସେବାର ଟିମକୁ ବି ଆକାଶମାର୍ଗରେ ପଠାଯାଇଛି, ଯାହାର ଉଦ୍ଦେଶ୍ୟ ଦୂରସଂଚାର ଓ ବିଜୁଳି ସହିତ ଆବଶ୍ୟକ ସେବା ପୁନର୍ସ୍ଥାପିତ କରିବା ।
ଏହା ଅତିରିକ୍ତ ସଂଚାର ଶାଖାର ପୋଲିସ କର୍ମୀର ଏକ ଟିମ ବି ଆବଶ୍ୟକ ଉପକରଣ ସହିତ ପ୍ରଭାବିତ କ୍ଷେତ୍ରକୁ ଯାଇଛନ୍ତି । ଯାହା ପ୍ରଭାବିତ ଲୋକଙ୍କ ଜୀବନରେ ସାମାନ୍ୟ ସ୍ଥିତ ପୁନର୍ସ୍ଥାପିତ କରିବାରେ ସହଯୋଗ କରିବ ।