
ବଲାଙ୍ଗିର, ଗତକାଲି ସନ୍ଧ୍ୟା ୭ଘଣ୍ଟା ସମୟରେ ଏ ବି ଏସ୍ ଏସ୍ ପଡ଼ାର ସଞ୍ଜୀବ ସାହୁଙ୍କ ସ୍ଵର୍ଗବାସ ହୋଇଯାଇଛି।ସେ ଜଣେ ଆଦର୍ଶବାଦୀ, ବଳିଷ୍ଠ ସଂଗଠକ, ପରୋପକାରୀ, ଅମାୟିକ ବ୍ୟକ୍ତିତ୍ଵ ଥିଲେ।ତାଙ୍କର ମୃତ୍ୟୁ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି।କେହି ମଧ୍ୟ ଏହା ପୂରଣ କରିପାରିବେ ନାହିଁ।ସଞ୍ଜୀବଙ୍କ ହସ ହସ ମୁହଁ ଆଉ ଦେଖିବାକୁ ମିଳିବ ନାହିଁ।ତାଙ୍କର ସେହି ବନ୍ଧୁତ୍ୱ ଶବ୍ଦ ଶୁଣିବାକୁ ମିଳିବ ନାହିଁ।ତାଙ୍କ ବିୟୋଗରେ ନିରବି ଗଲା ସବୁ।ଶୋକ ସାଗରରେ ଭସାଇ ଚାଲିଗଲେ ଦୂରକୁ ବହୁ ଦୂରକୁ।ଆଉ ଦେଖା ହେବନି ଏ ଜନମରେ।ଏଣୁ ସମସ୍ତ ସଭ୍ୟ ମାନଙ୍କ ଉପସ୍ଥିତିରେ ସଞ୍ଜୀବ ସାହୁଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ଏପରି ଜଣେ ଦୃଢ଼ ମନୋବଳ ବ୍ୟକ୍ତିତ୍ଵ ଙ୍କ ର ସ୍ମୃତି କୁ ମନେ ପକାଇ ସଭିଏଁ ମର୍ମାହତ ହୋଇଯାଇଥିଲେ।ସେ ଇହ ଜଗତରେ ନାହାନ୍ତି ହେଲେ ସଞ୍ଜୀବ ସଜୀବ ହୋଇ ସମସ୍ତ ଙ୍କ ହୃଦୟରେ ରହିଯାଇଛନ୍ତି।
ଶୀତଳଷଷ୍ଠୀ ଯାତ୍ରା ର ପରିସମାପ୍ତି ପରେ ଦେବ ଦେବ ମହାଦେବ ମାଁ ପାର୍ବତୀ ଙ୍କ ସହ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।ଦେବତା ଙ୍କ ପ୍ରତ୍ୟାବର୍ତ୍ତନ ର ମାତ୍ର ଦୁଇଦିନ ପରେ ସଞ୍ଜୀବ ମଧ୍ୟ ସମସ୍ତ ଙ୍କୁ ଛାଡି ଚାଲିଯାଇଛନ୍ତି।ତାଙ୍କୁ ମନେ ପକାଇବା ପାଇଁ ତଥା ସଞ୍ଜୀବ ଙ୍କ ସ୍ବପ୍ନ କୁ ସାକାର କରିବା ପାଇଁ ପ୍ରତିବର୍ଷ ଶୀତଳ ଷଷ୍ଠୀ ଯାତ୍ରା ଚାଲୁ ରହିବ ବୋଲି ସମସ୍ତ ସଭ୍ୟ ସଂକଳ୍ପ କରିଛନ୍ତି।