
ନୁଆଦିଲ୍ଲୀ -ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)190 କୋଟି ଟଙ୍କାର ରୁଣ ଠକେଇ ସହିତ ଜଡିତ ଏକ ମନି ଲାଣ୍ଡରିଂ ମାମଲାରେ ଦିଲ୍ଲୀ, ଉତ୍ତରପ୍ରଦେଶ ଏବଂ ହରିୟାଣାର 10ଟି ସ୍ଥାନରେ ଚଢାଉ କରିଛି। ଏହି ମାମଲା ଶ୍ରୀ ସିଦ୍ଧଦାତା ଇସ୍ପାତ ପ୍ରାଇଭେଟ ଲିମିଟେଡ ସହ ସମ୍ବନ୍ଧିତ।କମ୍ପାନୀ ଉପରେ ଅଭିଯୋଗ ଅଛି ଯେ ସେ ବ୍ୟାଙ୍କ ଅଫ ବରୋଦାକୁ ଠକିଥିଲେ।ସରକାରୀ ସୁତ୍ର ଅନୁଯାୟୀ ଗୁରୁବାର କହିଛନ୍ତି ଯେ ଇଡିର ଅଧିକାରୀ ଦିଲ୍ଲୀ ,ଉତ୍ତରପ୍ରଦେଶର ଗାଜିୟାବାଦ ଏବଂ ନୋଏଡା ତଥା ହରିୟାଣାର ପାନିପତରେ ଅତିକମରେ ଦଶଟି ସ୍ଥାନରେ ସର୍ଚ୍ଚ କରୁଛନ୍ତି।ଏହି ସ୍ଥାନଗୁଡିକ କମ୍ପାନୀ ସହ ଜଡିତ ନିର୍ଦ୍ଦେଶକ ,ପ୍ରମୋଟର,ଅଂଶୀଦାର ,ଅଡିଟର ଏବଂ ଅନ୍ୟାନ୍ୟ ଷଡଯନ୍ତ୍ରକାରୀଙ୍କ ସହ ଜଡିତ,ଯେଉଁମାନଙ୍କର ତଦନ୍ତ 190 କୋଟି ଟଙ୍କାର ବ୍ୟାଙ୍କ ରୁଣ ଠକେଇ ମାମଲାରେ କରାଯାଉଛି।ଏହି ମାମଲାଟି ଶ୍ରୀ ସିଦ୍ଧଦାତା ଇସ୍ପାତ ପ୍ରାଇଭେଟ ଲିମିଟେଡ ଏବଂ ଅନ୍ୟମାନଙ୍କ ସହ ଜଡିତ,ଯେୁଁଥିରେ ବ୍ୟାଙ୍କ ଅଫ ବରୋଦା (ପୁର୍ବରୁ ଦେନା ବ୍ୟାଙ୍କ)ସହିତ ଠକେଇ ଅଭିଯୋଗ ଆସିଛି।