ଦିଗପହଣ୍ଡି: ସମବାୟ ପରିଚାଳନା ପ୍ରତିଷ୍ଠାନ, ଗୋପାଳପୁର ବେଳାଭୂମି ତଥା ଓଡିଶା ରାଜ୍ୟ ସମବାୟ ୟୁନିୟନର ମିଳିତ ଆନୁକୂଲ୍ୟରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ସମବାୟ ସହିତ ଜଡିତ ସ୍ୱୟଂ ସହାୟକ ଏବଂ ଯୁଗ୍ମଦେୟ ଗୋଷ୍ଟି ମାଧ୍ୟମରେ ନାରୀ ସଶକ୍ତିକରଣ ତାଲିମ କାର୍ଯ୍ୟକ୍ରମ ଦିଗପହଣ୍ଡି ୮ହଜାର ନିୟନ୍ତ୍ରିତ କମିଟି(କପା ମଣ୍ଡି) ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଅଛି। ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ଆ.ଏ.ଏସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହିଳା ମାନେ ସ୍ଵୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀ ମାଧ୍ୟମରେ ବିଭିନ୍ନ ପ୍ରକାରର ବ୍ୟବସାୟିକ କାର୍ଯ୍ୟକ୍ରମ କରି କିପରି ଭାବେ ଆତ୍ମ ନିର୍ଭରଶୀଳ ହୋଇପାରିବେ ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଉପ- ନିବନ୍ଧକ, ସମବାୟ କମିଟି ସମୂହ, ବ୍ରହ୍ମପୁର ଶ୍ରୀ ବିଶ୍ୱରଂଜନ ଦାସ, ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଓଡିଶା ରାଜ୍ୟ ସମବାୟ ୟୁନିୟନର ନିର୍ଦ୍ଦେଶକ ତଥା ସମବାୟ ପରିଚାଳନା ପ୍ରତିଷ୍ଠାନର ଉନ୍ନୟନ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ସନାତନ ସଂଗ୍ରାମ ସିଂ, ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧକ୍ଷ ତଥା ସହକାରୀ ନିର୍ଦ୍ଦେଶକ ଶ୍ରୀ ଶିବ ପ୍ରସାଦ ସ୍ବାଇଁ(ବ୍ରହ୍ମପୁର) ଯୋଗ ଦେଇ ମହିଳା ସ୍ୱୟଂ ସହାୟିକା ଏବଂ ଯୁଗ୍ମଦେୟ ଗୋଷ୍ଠୀର ସଶକ୍ତିକରଣ ମହିଳା ମାନଙ୍କ ଆର୍ଥିକ ଉନ୍ନୟନ ସମବାୟ ସମିତି ଦ୍ୱାରା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ବୁଝାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ଜିଲ୍ଲାପାଳଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା “ତାରା” କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ସାନଖେମୁଣ୍ଡି ବ୍ଲକର ଶ୍ରୀମତୀ ରଶ୍ମିତା ଷଡଙ୍ଗୀଙ୍କୁ ଶ୍ରେଷ୍ଠ ଚାଷୀ ଭାବେ ପୁରସ୍କୃତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପସହକାରୀ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ କୁମାର ପଣ୍ଡା , ସାନଖେମୁଣ୍ଡି ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଶ୍ରୀମତୀ ସରୋଜିନୀ ବେହେରା, ବ୍ଲକ କ.ପି.ସି ଶ୍ରୀ ଦୁର୍ଯ୍ୟୋଧନ ମଲ୍ଲିକ ଓ ସମବାୟ ପରିଚାଳନା ପ୍ରତିଷ୍ଠାନର ଅଧ୍ୟାପକ ଶ୍ରୀ D. କ୍ରିଷ୍ନାନନ୍ଦ ତାଲିମ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ପ୍ରାୟ ୧୦୫ ଗୋଟି ସ୍ୱୟଂ ସହାୟକ ଓ ଯୁଗ୍ମଦେୟ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଥିଲେ। ସର୍ବ ଶେଷରେ ଉପସହାୟକ ନିର୍ଦ୍ଦେଶକ ଶ୍ରୀ ପ୍ରମୋଦ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ