
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଆଗଲପୁର (ଡୁଡୁକା ) ବ୍ଲକ କୁଟାସିଂହା ଅଧିଷ୍ଠାତ୍ରୀ ଦେବୀ ମା ଅଭୟାକାଲି ଙ୍କ ବାର୍ଷିକ ଆଞ୍ଚଳିକ (ଛତର ) ଯାତ୍ରା ଉତ୍ସବ ଆରମ୍ଭ ହୋଇଛି | ଗାଁ ଗୌନ୍ତିଆ ରାଜିନ ପାତ୍ର ଙ୍କ ପୌରହିତ୍ୟ ରେ ୭ ଦିନ ଧରି ହେବାକୁଥିବା ଏହି ପୂଜନଉତ୍ସବ ରେ ଝାଙ୍କର (ଦେହୁରୀ ) ଶ୍ରୀହରୀ ଭୁଏ, ପିତାମ୍ବର ନାଗ, ନାଥୁଲାଲ ବାଗ, ଗରୁଡ଼ ସା, ଲେକୃ ସାହୁ, ବାଲି ବାଘ,ଜଗବନ୍ଧୁ ଭୋଇ ଛତର ଯାତ୍ରା ଓ ଅଖଣ୍ଡଦୀପ ଦାୟିତ୍ୱ ତୁଲାଉଛନ୍ତି | ମୁଖ୍ୟ ପୂଜକ ଆର୍ତ୍ତତ୍ରାଣ ପୁରୋହିତ ଓ ସହଯୋଗୀ ଶତ୍ରୁଘନ ପୁରୋହିତ ପୂଜାକାର୍ୟ୍ଯ ନିଷ୍ଟା ର ସହିତ ସମ୍ପାଦନ କରୁଛନ୍ତି | ଏହି ଅବସରରେ ପ୍ରତ୍ୟହ ମା ଅଭୟା କାଳୀଙ୍କ ନାମରେ ଭଜନ କୀର୍ତ୍ତନ ୭ ଦିନ ଧରି ସନ୍ଧ୍ୟା ଆଳତି ସହିତ ଗ୍ରାମର ଚାରି ଦିଗରେ ପୂଜା ଓ ଆଳତି ହେବା ସହିତ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଅଯୋଜନ କରାଯାଇଛି | ମୁଖ୍ୟ ଆକର୍ଷଣରେ କଂସ ଦରବାର ଓ ମିନାବଜାର ମୁଖ୍ୟ ଆକର୍ଷଣ ହେବବୋଲି କମିଟି ସୂତ୍ରରୁ ପ୍ରକାଶ | ଯାତ୍ରା କମିଟି ମୁଖ୍ୟ ପୂର୍ବତନ ସରପଞ୍ଚ ଗୋବର୍ଧନ ସାହୁ ଓ ପ୍ରଦୀପ ପାତ୍ର ରହିଥିବାବେଳେ ଗ୍ରାମର ଯୁବଗୋଷ୍ଠୀ ବିଭିନ୍ନ ଦାୟିତ୍ୱରେ ରହିଛନ୍ତି | ଏହି ଯାତ୍ରାକୁ ସଫଳ କରିବା ପାଇଁ ଯାତ୍ରା କମିଟି ଓ ଗ୍ରାମବାସୀ ଙ୍କ ପକ୍ଷରୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି |