
ଜୟପୁର , କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ରେ ୫ ଜଣ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି । ରାତ୍ର ୫ଜଣ ରୋଗୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ୫ଜଣକ ମଧ୍ୟରେ ଆଇସିୟୁ ର ୪ଜଣ ରୋଗୀ ଓ ସାଧାରଣ ୱାର୍ଡରେ ଚିକିତ୍ସିତ ହେଉ ଥିବା ଜଣେ ରୋଗୀ । ଗୋଟିଏ ରାତିରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ରେ ପାଞ୍ଚ ରୋଗୀଙ୍କ ମୃତୁ ଅଭିଯୋଗ। ସେଥି ମଧ୍ୟରୁ ଆଇସିୟୁ ସର୍ଜରୀ ରେ ଥିବା ତିନି ରୋଗୀ ଙ୍କ ମୃତୁ ହୋଇଥିବା ବେଳେ ୱାର୍ଡ ରେ ଥିବା ଦୁଇ ରୋଗୀ ଙ୍କ ମୃତୁ ହୋଇଚି । ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀ ରେ ଥିବା ତିନି ରୋଗୀ ଙ୍କ ମୃତୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀ ଙ୍କ ସମ୍ପର୍କୀୟ। ଆୟିଶିୟୁ ସର୍ଯରୀ ରେ ଭଗବାନ ପରଜା ଏଵଂ ଶୁକ୍ରା ମାଝି ପୁରୁଷ ଥିବା ବେଳେ ଜଣେ ମହିଳା ରୁକୁନି ପେଣ୍ଟିଆ ମୃତୁ ବରଣ କରିଚନ୍ତି । ଠିକ୍ ସେହିଁପରି ୱାର୍ଡ ରେ ଥିବା ବତି ଖରା ଓ ଫୁଲମତି ମାଝି ଙ୍କର ମୃତୁ ଘଟିଛି। ୱାର୍ଡ ରେ ଥିବା ଦୁଇ ମହିଳା ଙ୍କ କେଉ କାରଣରୁ ମରିଛନ୍ତି ଜଣା ପଡି ନାହିଁ। ଆଇସିୟୁ ସର୍ଜରୀ ରେ ମୃର୍ତ୍ତୁ ବରଣ କରିଥିବା ତିନି ରୋଗୀ ଙ୍କ ମୃତ୍ ଦେହ କୁ ଶବ ବ୍ୟବଛଦ ପାଇଁ ରଖାଯାଇଛି । ଆସନ୍ତାକାଲି ବ୍ୟବଚ୍ଛଦ ହେଲେ ମୂର୍ତ ଦେହ କୁ ପରିବାର କୁ ହସ୍ତାନ୍ତର୍ କରାଯିବ ବୋଲି ପୁଲିସ ସୁଚନା ଦେଇଛି । ଅନ୍ୟପକ୍ଷେ ମେଡିକାଲ କଲେଜ୍ ରେ ଯେପରି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥି ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି। ମୃତ୍ୟୁ ଘଟଣାରେ ଚିକିତ୍ସାରେ ଅବହେଳା କିଛି ରହିଛି କି, ଦିଆଯାଇଥିବା ଔଷଧର ପାର୍ଶ୍ବ ପ୍ରତିକ୍ରିୟା କିଛି ରହିଛି କି ନା ସ୍ବାଭାବିକ ମୃତ୍ୟୁ ଘଟିଛି ଏସବୁର ଅନୁଧ୍ୟାନ କରାଯିବ । ଏଥିପାଇଁ ଅଭିଜ୍ଞ ବିଷେଶଜ୍ଞ ଡାକ୍ତରମାନଙ୍କୁ ନେଇ କମିଟି ଗଠନ କରାଯିବ । କମିଟିର ତଦନ୍ତ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ୍ ହସପିଟାଲ ଅଧିକ୍ଷକ ପ୍ରଫେସର ସୁଶାନ୍ତ ସାହୁ ସୂଚନା ଦେଇଛନ୍ତି । କିଛି ଘଣ୍ଟା ମଧ୍ୟରେ ୫ଜଣକ ମୃତ୍ୟୁ ଘଟଣାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ମୃତ୍ୟୁ ଘଟିଥିବା ସମସ୍ତ ରୋଗୀଙ୍କ ଅବସ୍ଥା ଅତି ସଙ୍କଟାପନ୍ନ ଥିଲା ବୋଲି ମେଡ଼ିକାଲ କତୃପକ୍ଷ ସୂଚନା ଦେଇଛନ୍ତି । ମୃତ୍ୟୁର କରଣ ଜାଣିବା ପାଇଁ ଡାକ୍ତର ମାନଙ୍କୁ ନେଇ କମିଟି ଗଠନ କରାଯିବ । ଔଷଧ ଗୁଡ଼ିକର ମାନ ଅନୁଧ୍ୟାନ କରାଯିବ । କମିଟିର ରିପୋର୍ଟ ଆସିବ ପରେ ହିଁ ପ୍ରକୃତ ଘଟଣା ଜଣାପଡ଼ିବ । ଆଇସିୟୁ ରେ ଚିକିତ୍ସିତ ହେଉଥିବା ୫ ଜଣ ରୋଗୀ ଗୁରୁତର ଅସୁସ୍ଥ ଥିଲେ । ମୁଣ୍ଡ ରେ ଓ ପେଟରେ ଗଭୀର କ୍ଷତ ହୋଇ ଥିଲା । ସ୍ବାସ୍ଥ୍ୟ ସ୍ଥିତି ଅତି ଗୁରୁତର ଥିଲା । ସେହିଭଳି ସର୍ଜରୀ ୱାର୍ଡରେ ରୋଗୀ ଜଣକର ପେଟ ସଂକ୍ରମଣ ହୋଇ ସେପଟିସିମାରେ ଆକ୍ରାନ୍ତ ହୋଇଥିଲା । ଅପରେସନ ପାଇ ପ୍ରସ୍ତୁତ କରିବା ବେଳେ ତାର ମୃତ୍ୟୁ ଘଟିଥିବା ଜଣା ପଡ଼ିଛି । କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ହସପିଟାଲ ରେ ଏକା ଦିନରେ କିଛି ସମୟ ଅନ୍ତରାଳ ରେ ୫ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ରୋଗୀଙ୍କ ମଧ୍ୟରେ ଓ ସାଧାରଣରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣା ପଡ଼ିବ ।ରୋଗୀ ମୃତ୍ୟୁ ଘଟଣା ମୃତ୍ୟୁର କାରଣ ଖୋଜିବ କମିଟି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲରେ ଗତକାଲି ରାତିରେ ୫ ଜଣ ଚିକିତ୍ସାଧୀନ ରୋଗୀ ମୃତ୍ୟୁବରଣ କରିଥିଲେ। ମୃତ୍ୟୁର କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯିବ ବୋଲି ଜିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଛନ୍ତି। ଶଲ୍ୟ ବିଭାଗର ଆଇସିୟୁରେ ଚିକିତ୍ସାଧୀନ ୪ ଜଣ ଏବଂ ୱାର୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବା ସେ କହିଛନ୍ତି।