
ଭୁବନେଶ୍ୱର– କାଦୋପାଣିଠାରେ ନୂତନ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପର ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଏହାଯୋଗୁ ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକ ଉପକୃତ ହେବେ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେଭି ସିଂହଦେଓ କହିଛନ୍ତି ଯେ, ଆଜି ଖପ୍ରାଖୋଲ ବ୍ଲକର କାଦୋପାଣି ଠାରେ ନୂତନ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲି। ଏହା ଦ୍ବାରା ଖପ୍ରାଖୋଲ ବ୍ଲକର ବିଭିନ୍ନ ଗ୍ରାମ ଗୁଡ଼ିକ ଉପକୃତ ହେବେ।