 
                ଗାଜାଷ୍ଟ୍ରିପ-ଆମେରିକା ସମର୍ଥିତ ଗାଜା ହ୍ୟୁମାନିଟେରିଆନ୍ ଫାଉଣ୍ଡେସନ୍ (ଜିଏଚଏଫ୍) ଗାଜାରେ ମାନବୀୟ ସହାୟତା ବଣ୍ଟନ ବନ୍ଦ କରିଦେଇଛି। ଏହା ଫଳରେ ପାଲେଷ୍ଟାଇନ ନାଗରିକମାନେ ଭବିଷ୍ୟତରେ ଗଭୀର ଖାଦ୍ୟ ସଂକଟ ସମ୍ମୁଖୀନ ହେବାର ଆଶଙ୍କା ଦେଖାଦେଇଛି। ଜିଏଚଏଫ୍ ଘୋଷଣା କରିଛି ଯେ, ବର୍ତ୍ତମାନ ସମୟରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟ ଆବଶ୍ୟକ ଜିନିଷ ବଣ୍ଟନ କରାଯିବ ନାହିଁ। ସମସ୍ତ ବଣ୍ଟନ କେନ୍ଦ୍ର ଆଜି ବନ୍ଦ ରହିବ।
‘ଦ ଟାଇମ୍ସ ଅଫ୍ ଇସ୍ରାଏଲ’ର ଖବର ଅନୁଯାୟୀ, ବଣ୍ଟନ କେନ୍ଦ୍ରଗୁଡ଼ିକ ପାଖରେ ବାରମ୍ବାର ହେଉଥିବା ଗୁଳିକାଣ୍ଡ କାରଣରୁ ଏହି ପଦକ୍ଷେପ ନେବାକୁ ପଡ଼ିଛି। ଜିଏଚଏଫ୍ ଇସ୍ରାଏଲ ଡିଫେନ୍ସ ଫୋର୍ସେଜ୍ (ଆଇଡିଏଫ୍) ସମ୍ମୁଖରେ ବଣ୍ଟନ କେନ୍ଦ୍ରରେ ସୁରକ୍ଷା ବଢ଼ାଇବାକୁ ଅନୁରୋଧ କରିଛି। ଜିଏଚଏଫ୍ ଏହି ଘୋଷଣା ମଧ୍ୟ କରିଛି ଯେ, ତାଙ୍କର ସହଯୋଗ ବଣ୍ଟନ କେନ୍ଦ୍ର ବୁଧବାର ଦିନ ସଂଚାଳିତ ହେବ ନାହିଁ।

 
                    







