
ସୱାଇ ମାଧୋପୁର-ଜିଲ୍ଲାର ମଲାରନା ଷ୍ଟେସନ୍ ଥାନା କ୍ଷେତ୍ରର ରଘୁବନ୍ତୀ ଗାଁ ପାଖରେ ଗୋଟିଏ ଯାତ୍ରୀଭର୍ତ୍ତି ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଏହି ଦୁର୍ଘଟଣାରେ ଏକ ଶିଶୁ ସହିତ ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି, ଏବଂ ୧୭ ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ସିଓ ସିଟି ଉଦୟସିଂହ ମୀଣାଙ୍କ ମୁତାବକ, ଗାଡିରେ କରୌଲି ଜିଲ୍ଲାର ମାଧୋରାଜପୁରା ଗାଁର ଲୋକେ ବସିଥିଲେ, ଯେଉଁମାନେ ମଲାରନା ଡୁଙ୍ଗର କ୍ଷେତ୍ରର କୌଥାଳୀ ଗାଁରେ ଆୟୋଜିତ ନଅ ଦିନିଆ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେଠାରୁ ଫେରୁଥିଲେ। ଗାଡିରେ ୪୦ ରୁ ଅଧିକ ଲୋକ ବସିଥିଲେ। ରାସ୍ତା ମଧ୍ୟରେ ହଠାତ୍ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ପଥଚାରୀ ଏବଂ ପୁଲିସ ସହଯୋଗରେ ଆହତମାନଙ୍କୁ ଉଦ୍ଧାର କରାଯାଇଥିଲା। ୧୦୮ ଆମ୍ବୁଲାନ୍ସ ଏବଂ ବ୍ୟକ୍ତିଗତ ଗାଡ଼ି ଯୋଗେ ସେମାନଙ୍କୁ ସୱାଇ ମାଧୋପୁର ଜିଲ୍ଲା ହସ୍ପିଟାଲ ଓ ମଲାରନା ଡୁଙ୍ଗର ସିଏଚସିକୁ ନିଆଯାଇଥିଲା। ପୋଲିସ ଘଟଣାର ଛାନଭିନ କରୁଛି ।