
ଜୟପୁର, କୋରାପୁଟ ଆଞ୍ଚଳିକ ପରିବହନ ନିଗମ ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଭିଡିଓ ଅଭାସି ମାଧ୍ୟମରେ ମୂଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ କରକମଳରେ ରାଜ୍ୟରେ ୭ ଟି ପ୍ରକଳ୍ପର ଲୋକାର୍ପଣ ହୋଇଯାଇଛି। ଏହି ପରିପ୍ରେକ୍ଷିରେ ରାଜ୍ୟ ରେ ସ୍ୱୟଂଚାଳିତ ଡ୍ରାଇଭିଂ ପରୀକ୍ଷଣ ପ୍ରଣାଳୀ (ଏଡିଟିଏସ୍) ୧୧ ଟି ଆରଟିଓ ସ୍ଥାନରେ ଭଞ୍ଜନଗର, ବୋଲାଙ୍ଗୀର, ଚଣ୍ଡିଖୋଲ, ଦେଓଗଡ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୟାଗଡ଼, ରାଇରଙ୍ଗପୁର, ସୋନପୁର ଏବଂ ତାଲଚର ରେ ଏଡିଟିଏସ ର ଉଦ୍ଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍କ୍ରିନ୍ ଉନ୍ମୋଚନ ହୋଇଯାଇଛି। ତତ୍ ସହିତ କୋରାପୁଟ ଠାରେ ସ୍ଵୟଂ କ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା ଆରମ୍ଭ କରିଥିବାରୁ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଅର୍ପଣ କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ରାଜେଶ ମାରାଣ୍ଡି,ଅତିରିକ୍ତ ପରିବହନ ବିଭାଗ ଅଧିକାରୀ ତପନ କୁମାର ବେଟିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀମାନ ଉପସ୍ଥିତ ଥିଲେ। ଏଥିରେ କୋରାପୁଟର ଅନେକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗ ଦେଇଥିଲେ।