
ଭୁବନେଶ୍ୱର, ଏକ ବର୍ଷ ତଳେ ସାଧାରଣ ନିର୍ବାଚନରେ ଆଜିର ଦିନରେ ବିଜେପିକୁ କ୍ଷମତାସୀନ କରିଥିବାରୁ ଓଡିଶାବାସୀଙ୍କ ସେବାରେ ଆମେ ବ୍ରତୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ସେ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଲେଖିଛନ୍ତି., ବର୍ଷେ ତଳେ, ଆଜିର ଦିନରେ ଆପଣମାନେ ବିକାଶକୁ ବାଛିଥିଲେ; ଓଡ଼ିଶାରେ ସକାରାତ୍ମକ ପରିବର୍ତ୍ତନ ଚାହିଁଥିଲେ ଏବଂ ଭାରତୀୟ ଜନତା ପାର୍ଟିକୁ ଆଶୀର୍ବାଦ ଦେଇ “ଲୋକଙ୍କ ସରକାର” ଗଢ଼ିଥିଲେ । ଏହା ଥିଲା ସତ୍ୟର ବିଜୟ, ଅସ୍ମିତାର ବିଜୟ ।ଆପଣଙ୍କ ବିଶ୍ୱାସ ଆମକୁ କାମ କରିବା ପାଇଁ ଶକ୍ତି ଯୋଗାଉଛି । ଆପଣଙ୍କ ଭରସା ଆମକୁ ସବୁ ପ୍ରତିଶ୍ରୁତି ପୂରଣ କରିବା ପାଇଁ ପ୍ରେରଣା ଦେଉଛି । ଆପଣ ଆମ ଉପରେ ଯେଉଁ ଆସ୍ଥା, ବିଶ୍ୱାସ ଓ ଭରସା ରଖିଛନ୍ତି, ତାହାର ସମ୍ମାନାର୍ଥେ ଓଡ଼ିଶାବାସୀଙ୍କ ସେବାରେ ବ୍ରତୀ ହୋଇ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ପାଇଁ ଆମେ ପ୍ରୟାସରତ ରହିଛୁ ଏବଂ ରହିବୁ ।