
ନୂଆଦିଲ୍ଲୀ– ଅପରେସନ୍ ‘ସିନ୍ଦୂର’ ସମୟରେ ଭାରତୀୟ ସଶସ୍ତ୍ର ବଳ ପାକିସ୍ତାନର ସେହି ଠିକଣାଗୁଡ଼ିକୁ ମଧ୍ୟ ଟାର୍ଗେଟ କରିଥିଲେ, ଯାହା ବିଷୟରେ ଆକ୍ରମଣ ପରେ ଭାରତୀୟ ବାୟୁସେନା କିମ୍ବା ଡିଜିଏମଓ କହିନାହାନ୍ତି ।
ପାକିସ୍ତାନ ୧୮ ମେରେ କିଛି ଦେଶକୁ ଦିଆଯାଇଥିବା ଏକ ଡୋଜିଅର୍ରେ ଏହି କଥା ସ୍ୱୀକାର କରିଛି ଯେ, ଅପରେସନ୍ ସିନ୍ଦୂର୍ରେ ଭାରତୀୟ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଦ୍ୱାରା ପାକିସ୍ତାନର ଅଧିକ କ୍ଷତି ହୋଇଛି। ଏହି ଡୋଜିଅର୍ରେ ସ୍ପଷ୍ଟ ଭାବେ ଦେଖାଯାଇଛି ଯେ, ଭାରତ ପେଶାୱାର, ଝଙ୍ଗ୍, ସିନ୍ଧର ହାଇଦ୍ରାବାଦ, ପଞ୍ଜାବରେ ଗୁଜରାଁୱାଲା, ବାହାୱଲନଗର୍, ଅଟାକ୍ ଓ ଚୋର୍ ଉପରେ ଆକ୍ରମଣ କରିଥିଲା।
ପାକିସ୍ତାନର ଏକ ଔପଚାରିକ ଡୋଜିଅର୍ରୁ ଜଣାପଡ଼ିଛି ଯେ ଭାରତ କହିଥିବା ଲକ୍ଷ୍ୟ ତୁଳନାରୁ ଅତିକମରେ ସାତଟି ଅନ୍ୟ ଲକ୍ଷ୍ୟରେ ଆକ୍ରମଣ କରିଥିଲା। ଡୋଜିଅର୍ର ନକ୍ସାରେ ପେଶାୱାର, ଝଙ୍ଗ, ସିନ୍ଧରେ ହାଇଦ୍ରାବାଦ, ପଂଜାବର ଗୁଜରାଟ, ବାହାୱଲନଗର, ଅଟାକ ଓ ଚୋର ଉପରେ ଆକ୍ରମଣ ଦେଖାଯାଇଛି। ଗତ ମାସରେ ହୋଇଥିବା ବିମାନ ଆକ୍ରମଣ ପରେ ଭାରତୀୟ ବାୟୁସେନା କିମ୍ବା ସେନା ସଂଚାଳନ ମହାନିର୍ଦେଶକ ଏହି ସ୍ଥାନଗୁଡ଼ିକର ନାମ ଉଲ୍ଲେଖ କରିନଥିଲେ।