
ବଲାଙ୍ଗିର– ଆଜି ପୂର୍ବାହ୍ନରେ ବଲାଙ୍ଗିର ଟାଉନ୍ ବାଳିକା ବିଦ୍ଯାଳୟ ଠାରେ ସ୍ୱର୍ଗତ ସଦାନନ୍ଦ ଦେବତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ଯରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ୱର୍ଗତ ଦେବତା ବଲାଙ୍ଗିର ସହରାଞ୍ଚଳରେ ଅନେକ ସାମାଜିକ ସଂଗଠନ ସୃଷ୍ଟି କରିଥିଲେ । ଜୟ ଜଗନ୍ନାଥ ସାଂସ୍କୃତିକ ସଂଘ, ବାଳ ବିକାଶ ସଂଗଠନ ଇତ୍ଯାଦିର ସେ ସୃଷ୍ଟି କରିଥିଲେ । ୨୦୦୫ ରେ ଯେତେବେଳେ ଭାରତ ବର୍ଷରେ ସୂଚନା ଅଧିକାର ଆଇନ୍ ପ୍ରଣୟନ ହେଲା ସେତେବେଳେ ବଲାଙ୍ଗିର ସହରାଞ୍ଚଳରେ ସ୍ୱର୍ଗତ ଦେବତା ପ୍ରଥମ କରି ସୂଚନା ଅଧିକାର ଆଇନ୍ ର କାର୍ଯ୍ଯକାରିତା ଉପରେ କର୍ମଶାଳା କରି ଜନସାଧାରଣଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି କରିଥିଲେ ।ବଲାଙ୍ଗିରରେ ଭୂମିହୀନ ମାନଙ୍କ ପାଇଁ ଭୂମିହୀନ ସଂଘ ତରଫରୁ ସେ ଆନ୍ଦୋଳନ କରିଥିଲେ । ତେଣୁ ଉକ୍ତ ସଭାରେ ଆଲୋଚନାର ବିଷୟ ରଖାଯାଇଥିଲା – ସାଂପ୍ରତିକ ସ୍ତିତିରେ ଭୂମିହୀନଙ୍କ ଅବସ୍ଥା । ଏହି ସଭାରେ ମୂଖ୍ଯ ବକ୍ତା ଥିଲେ ସୂଚନା ଅଧିକାର କର୍ମୀ ନୀଳମଣି ଯୋଷୀ । ମଞ୍ଚ ପରିଚାଳନା କରିଥିଲେ ଭୂମିହୀନ ସଂଘ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଲ । ଅନ୍ଯ ବକ୍ତା ମଧ୍ୟରେ ଏନ୍.ଏ.ପି.ଏମ୍.ର ରାଜ୍ଯ ଆବାହକ ସତ୍ଯ ବନଛୋର୍, ଅବସରପ୍ରାପ୍ତ ଅଧିକାରୀ ସିଦ୍ଧେଶ୍ୱର ପାଣିଗ୍ରାହି, ନୀଳକଣ୍ଠ ମିଶ୍ର, ବିଷ୍ଣୁବେଜ୍, ପବିତ୍ର ଦାସ, ଶଙ୍କର ପାଣିଗ୍ରାହି, କାଳିନ୍ଦ୍ରି ମାଝି, ଅନୁସୟା ବେଜ୍, ସଂଜୁ ନାଏକ୍, ବିଭୁଦତ୍ତ ମିଶ୍ର, ବିରଞ୍ଚି ବହିଦାର, ପ୍ରାୟ ୫୦ ରୁ ଉର୍ଦ୍ଧ ମହିଳା ପୁରୁଷ ଏହି ସଭାରେ ଉପସ୍ତିତ ଥିଲେ । ଏହି ସଭାରେ ଶୁଶିଳ ଭୋଇ, କୃଷ୍ଣ ଚନ୍ଦ୍ର ବନଛୋର, ଅମର ଜ୍ଯୋତି ଧରୁଆ, ରାଜେଶ ବଗର୍ତ୍ତୀ, ଗୋପବନ୍ଧୁ ଛତ୍ରୀଆ, ଅର୍ଜୁନ କୁମାର ନାଏକ, ନିମାଇଁ ଚରଣ ଝାଙ୍କର, ସନ୍ତୋଷ ହୋତା, ମାଣିକ ଲାଲ୍ ବର୍ମା, ସୁବାଷିନି ନାଏକ, ଲକ୍ଷ୍ମି ଯୁଏଡ୍, ସରସ୍ୱତି ସାହୁ, ଅନୁସୟା ବାବୁ, ମଞ୍ଜରୀ ପଟେଲ୍, ସସ୍ମିତା ବେହେରା, ଶୋଭାଗିନୀ ହାତି, ଅନଙ୍ଗ କୁମାର ଠାକୁର, ଅଶୋକ କୁମାର ଦିପ୍, ପ୍ରକାଶ ଥନା ପତି, ଅରତି ଗୁରୁ, ବାସନ୍ତି ଜେନା, ବନଶ୍ରୀ ଆଚାର୍ଯ୍ଯ, ଗଦାଧର ଆଚାର୍ଯ୍ଯ ସଂଯୁକ୍ତା ବେହେରା, ଆରୁନ ରାଏ ସରୋଜ କୁମାର ମେଶ୍ୱା, ନରେଶ ବାଗ, କେଦାର ନାଥ ନନ୍ଦ, ତ୍ରିଲୋଚନ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।