
ଜୟପୁର– ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖାର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି I ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି I ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖାର ସଭାପତି ଭାରତି ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ସମ୍ପାଦକ ଭାଗିରଥି ବାରିକ୍ ବିବରଣୀ ପାଠ କରିଥିଲେ I ଉକ୍ତ ସଭାରେ ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଶିକ୍ଷାର ମାନବୃଦ୍ଧି ନିମନ୍ତେ ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ କରିବା ସହିତ ଅବସର ଗ୍ରହଣ କରିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସେମାନଙ୍କର ନିଃସ୍ଵାର୍ଥପର ସେବାରେ ନିଜକୁ ନିୟୋଜିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ I ଜୟପୁର ସହକାରୀ ଗୋଷ୍ଠୀ ଶିକ୍ଷଧିକାରୀ ପ୍ରିୟମ୍ବଦା ପତ୍ର ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଜୟପୁର ବିଭାଗୀୟ ଅଧିକାରୀ ପଦ୍ମେଶ୍ଵର ବିଶୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ବରିଷ୍ଠ ସହାୟକ ଶଶୀ ଭୂଷଣ ଦାସ, ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ I ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ୍ ଜୟପୁର ଶାଖା ପକ୍ଷରୁ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନେ ଅବସର ଗ୍ରହଣ କରିଥିବା ୫ ଜଣ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ଇନ୍ଦ୍ର ପ୍ରଧାନ, ଶ୍ରୀମତୀ ସଂଯୁକ୍ତା ତ୍ରିପାଠୀ, ଶ୍ରୀମତି ପ୍ରତିଭା ଷଡ଼ଙ୍ଗୀ, ଶ୍ରୀମତୀ ପଙ୍କଜିନି ସାହୁ, ଶ୍ରୀମତୀ ସବିତା ରାଣି ମଣ୍ଡଳଙ୍କୁ ଫୁଲ ତୋଡା, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ I
ଏଥିରେ ମୁଖ୍ୟତଃ ହିସାବ ରକ୍ଷକ ସାନ୍ତୁନୁ ଜେନା, ରଞ୍ଜିତ ମହାନ୍ତି, ଶ୍ରୀମତୀ ଲିପସା ମୁରଲି ସାହୁ, ଶ୍ରୀମତୀ ସୁନିତା ନାୟକ, ଶ୍ରୀମତୀ ଦିବ୍ୟା ତେଜା, ଶ୍ରୀମତୀ ଶୁଭଶ୍ରୀ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ସୁରେନ୍ଦ୍ର ମହାପାତ୍ର, ବରିଷ୍ଠ ଶିକ୍ଷକ ସୁଧାକର ପଣ୍ଡା, କିରଣ ମହାରଣା, ସର୍ବେଶ୍ଵର ପଟ୍ଟନାୟକ, ଜ୍ୟୋତି ଶଙ୍କର ତ୍ରିପାଠୀ, ମୁରଲି ପରିଛା, ମହେଶ୍ୱର ମିଶ୍ର, ଶୁଶିଲ ପ୍ରେମ ନାଗ, ମନୋଜ ପାଳ, ଦିଲିପ ମିଶ୍ର, ସିଡି ସୁନା, ପ୍ରଶାନ୍ତ ରାଉଳ, ଜଗଦିଶ ମିଶ୍ର, ଶ୍ରୀମତୀ ରଶ୍ମିରେଖା ଗୈଡ, ସଂଯୁକ୍ତା ରାଉତ, ଚନ୍ଦନା ଦାଶଙ୍କ ସମେତ ବହୁ ବରିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦାନ କରିଥିଲେ I ପରିଶେଷରେ ଶ୍ରୀ ବାରିକ୍ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I